jsm

୩୧ ଡିସେମ୍ବର ସହୀଦ ମାଧୋ ସିଂଙ୍କ ବଳିଦାନ ଦିବସରେ ସାମିଲ ହେଲା ସଂକଳ୍ପ ପରିବାର

csstore

ବରଗଡ଼, (ନିରୋଜ କୁମାର ପାଣୀ) : ସହୀଦ ଓ ସଂଗ୍ରାମୀ ସ୍ମୃତି ସମିତି, ବରଗଡ଼ର ଆହ୍ୱାନ କ୍ରମେ ଅତି ନିରାଡ଼ମ୍ବର ଭାବରେ ପାଳନ କରାଯାଉଥିବା ସହୀଦ ମାଧୋ ସିଂଙ୍କ ବଳିଦାନ ଦିବସରେ ସାମିଲ ହୋଇ ଆଜି ନିଜକୁ ଗର୍ବିତ ମନେ କରୁଛି ସଂକଳ୍ପ ପରିବାର ବରଗଡ଼ । ସ୍ୱାଧୀନତା ସଂଗ୍ରାମ ଇତିହାସରେ ଘେସଁ ଜମିଦାର ମାଧୋ ସିଂ ଓ ତାଙ୍କ ସପରିବାରର ବଳିଦାନ ବିରଳ ଅଟେ । ବ୍ରିଟିଶ ଶାସନ ବିରୋଧରେ ସଂଗ୍ରାମ କରି ନିଜ ଦେଶ ତଥା ନିଜ ମାତୃଭୂମିକୁ ରକ୍ଷା କରିବାକୁ ଯାଇ ମାଧୋ ସିଂଙ୍କ ପୁରା ପରିବାର ସହୀଦ ହୋଇ ଯାଇଥିଲେ । ମାଧୋ ସିଂଙ୍କ ଚାରି ପୁତ୍ର ହଟେ ସିଂ, ଅଏରୀ ସିଂ, ବଏରୀ ସିଂ, କୁଞ୍ଜେଲ ସିଂ ଓ ତାଙ୍କର ଜ୍ୱାଇଁ ନାରାୟଣ ସିଂ ଇଂରେଜ ସରକାରଙ୍କ ହାତରେ ନିହତ ହୋଇଥିଲେ ପରେ ବୃଦ୍ଧାବସ୍ଥାରେ ମାଧୋ ସିଂ ମଧ୍ୟ ଇଂରେଜ ଫୌଜ ହାତରେ ଧରାପଡି କିଛିଦିନ କାରାବାସ ଜୀବନ କାଟିବା ପରେ ୧୮୫୭ ମସିହା ଡିସେମ୍ବର ୩୧ ତାରିଖ ଦିନ ତାଙ୍କୁ ଇଂରେଜ ସରକାର ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲା । ମାଧୋ ସିଂଙ୍କ ସଂଗ୍ରାମ ଓ ପ୍ରବଳ ଆକ୍ରମଣରେ ଅସ୍ତବ୍ୟସ୍ତ ହୋଇ ତତ୍କାଳୀନ ଘେସଁ ଗାଁକୁ ଇଂରେଜ ଫୌଜ ପୋଡି ପାଉଁଶ କରି ଦେଇଥିଲେ । ବିଦେଶୀ ଶାସନରୁ ନିଜ ଦେଶକୁ ମୁକୁଳାଇବାକୁ ଯାଇ ଗୋଟିଏ ପରିବାରର ତିନି ତିନି ପିଢ଼ି ସହୀଦ ହୋଇ ଯାଇଥିଲେ । ମାଧୋ ସିଂଙ୍କ ପ୍ରଜାପ୍ରୀତି ଓ ଦେଶପ୍ରେମର ଏପରି ଅନନ୍ୟ ଦୃଷ୍ଟାନ୍ତ ଅନ୍ୟ କୌଣସି ଜାଗାରେ ଦୃଷ୍ଟିଗୋଚର ହୁଏ ନାହିଁ । ହେଲେ ଆଜି ଗୋଟିଏ ପଟେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଭାରତରେ ଅଜାଦୀ କେ ଅମୃତ ମହୋତ୍ସବ ପାଳନ କରାଯାଉଥିବା ବେଳେ ଆଜି ମଧ୍ୟ ଇତିହାସ ପୃଷ୍ଠାରେ ଅବହେଳିତ ମହାନ ସ୍ୱାଧୀନତା ସଂଗ୍ରାମୀ ସହୀଦ ମାଧୋ ସିଂ ଓ ତାଙ୍କ ବଳିଦାନର ଗାଥା । ରାଜ୍ୟ ସରକାର ତଥା ପ୍ରଶାସନକୁ ଅନୁରୋଧ ଯେ, ସହୀଦ ମାଧୋ ସିଂଙ୍କ ଜୀବନୀ ତଥା ବଳିଦାନ ବିଷୟରେ ଇତିହାସ ପାଠ୍ୟ ପୁସ୍ତକରେ ସ୍ଥାନିତ କରିବା ସହିତ ୩୧ ଡିସେମ୍ବର ବୀରତା ଦିବସକୁ ରାଜ୍ୟସ୍ତରୀୟ ବୀରତା ଦିବସ ଭାବରେ ପାଳନ କରାଯାଉ ଓ ବରଗଡ଼ ତଥା ରାଜ୍ୟର ଏକ ପ୍ରମୁଖ୍ୟ ସ୍ଥାନରେ ସହୀଦଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ ବୋଲି ବରଗଡ ସଂକଲ୍ପ ପରିବାର ପକ୍ଷରୁ ଦାବୀ କରାଯାଇଛି ।

yuvodaya
Leave A Reply

Your email address will not be published.