pakka

ବାଲିଗୁଡ଼ା ସବ୍‌ ଜେଲରୁ ଫେରାର କଏଦୀ ବ୍ରାହ୍ମଣୀଗାଁ ଜଙ୍ଗଲରୁ ଗିରଫ

l2

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ବଡ଼ ସଫଳତା । ବାଲିଗୁଡ଼ା ଉପଖଣ୍ଡ କାରାଗାରରୁ ଗତ ୧୩ ତାରିଖରେ ଫେରାର କଏଦୀ ଶୁକ୍ରବାର ବ୍ରାହ୍ମଣୀଗାଁ ଜଙ୍ଗଲରୁ ଗିରଫ । ଘଞ୍ଚ ଜଙ୍ଗଲ ମଝିରେ କୁଡ଼ିଆ କରି ଲୁଚିଥଲା ଫେରାର କଏଦୀ ଟୁକୁନା ମାଳୀ । ଦିନ ଦ୍ୱି ପହରରେ ପୋଲିସକୁ ଚକମା ଦେଇ ଫେରାର୍‌ ହୋଇଯାଇଥିଲା ବିଚାରଧୀନ କଏଦୀ ଟୁକୁନା ମାଳି । କାରାଗାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିବା ପରେ ଶେଷରେ ବାଲିଗୁଡ଼ା ଥାନାରେ ଏନେଇ ରିପୋର୍ଟ କରିଥିଲେ ଜେଲ୍‌ କର୍ତ୍ତୃପକ୍ଷ । ଫେରାର ଅଭିଯୁକ୍ତ ଜଣକ ବ୍ରାହ୍ମଣୀଗାଁ ଅଂଚଳର ଟୁକୁନା ମାଳି (୩୮ ବର୍ଷ) । ଏକ ହତ୍ୟା ମାମଲାରେ ଦେଢ଼ ବର୍ଷ ହେବ ଜେଲରେ ସଜା କାଟୁଥିଲେ । ଅଭିଯୋଗ ପ୍ରକାରେ ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫ୍‌ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଫେରାର୍‌ କଏଦୀକୁ ଧରିବାକୁ ଜାଲ ବିଛାଇଥିଲେ । ଦୀର୍ଘ ୧୮ ଦିନ ପରେ ଫେରାର କଏଦୀକୁ ଧରିବାରେ ସକ୍ଷମ ହୋଇଛି ବାଲିଗୁଡ଼ା ପୋଲିସ୍‌ ।

pp
Leave A Reply

Your email address will not be published.

one × one =