csstore

ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ନିଃସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

ବରଗଡ, (ନିରୋଜ କୁମାର ପାଣୀ) : ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ବରଗଡ ଜିଲ୍ଲା ଶାଖା ତରଫରୁ ବରଗଡ ସହରର ଭଟଲି ଛକ, ବାନ୍ଦୁ ଟିକ୍ରା ଛକ, ଗୌରପଡା ଛକ, ଥାନା ଛକ, ରେଲୱେ ଷ୍ଟେସନ ପଡା, ଡାକ୍ତର ଖାନା ଛକ, ପ୍ରାଇଭେଟ ବସଷ୍ଟାଣ୍ଡ, ଗମେଣ୍ଟ ବସ ଷ୍ଟାଣ୍ଡ ଆଦି ଛକ ମାନଙ୍କରେ ଅସହାୟ, ଦଳିତ ଓ ନିଷ୍ପେସିତ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଏହି ଅବସରରେ ରାଜ୍ୟ ଉପସଭାପତି ଆଶୁତୋଷ ରଥଙ୍କ ସମେତ ନିଷ୍ଠା ପରିବାରର ଅଶ୍ୱିନୀ ଷଡ଼ଙ୍ଗୀ, ସଂକଳ୍ପ ପରିବାରର ବିକାଶ ଅଗ୍ରୱାଲ, ବରିଷ୍ଠ ସାମ୍ବାଦିକ କିଶନଲାଲ ଅଗ୍ରୱାଲ, ପ୍ରଦୀପ୍ତ ଭାନୁ ମହାନ୍ତି, ସମ୍ପାଦକ ପରମାନନ୍ଦ ମିଶ୍ର, ସରୋଜ ନାୟକ ପ୍ରମୁଖ ସାମିଲ ହୋଇ କମ୍ବଳ ବଣ୍ଟନ କରିଥିଲେ ।

jayashree
Leave A Reply

Your email address will not be published.