pakka

ଗଂଦିଆ ବ୍ଲକରେ ବାରମ୍ବାର ହାତୀ ମଡ଼କ : ବନ ବିଭାଗର ଅବହେଳା ଅଭିଯୋଗ

bbehera

ଢେଙ୍କାନାଳ, (ତାପସ ଦାସ) : ଗଂଦିଆ ବ୍ଲକରେ ବାରମ୍ବାର ଦେଖିବାକୁ ମିଳୁଛି ହାତୀ ମଡକ । ଉକ୍ତ ବ୍ଲକରେ ବିଗତ ଦୁଇ ମାସ ମଧ୍ୟରେ ୩ ଗୋଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଏକ ହାତୀର ମୃତ୍ୟୁ ଖବର ଆସିଛି । ହାତୀ ମାନଙ୍କର ଏପରି ଅଭାବନୀୟ ମୃତ୍ୟୁ ପଶୁ ପ୍ରେମୀ ମାନଙ୍କ ମଧ୍ୟରେ କ୍ଷୋଭ ସୃଷ୍ଟି କରିଛି । ସୂଚନା ଅନୁସାରେ ପ୍ରଥମେ ଗୋଟିଏ ଦନ୍ତା ହାତୀ ଷଡ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡା ସଂରକ୍ଷିତ ଜଙ୍ଗଲର ଧନିଆନାଲିରେ ଦେହାନ୍ତ ହୋଇଥିଲା । ଏହାପରେ ଅଉ ଗୋଟିଏ ମାଈ ହାତୀର ଦେହାନ୍ତ କପିଳାଶ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ରାମେଇ ଜଙ୍ଗଲରେ ଦେହାନ୍ତ ହୋଇଥିଲା । ସେହିପରି ଆଉ ଗୋଟିଏ ମାଈ ହାତୀର ଦେହାନ୍ତ ଷଡ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡା ସଂରକ୍ଷିତ ଜଙ୍ଗଲ ପେଚାମୁଣ୍ଡିଆ ହୋଇଥିଲା । ସେହିପରି ପୁଣି ଗତକାଲି ରାତିରେ ଅଉ ଏକ ଗର୍ଭିଣୀ ମାଈ ହାତୀଟି ଛୁଆ ଜନ୍ମ କରିନପାରି ଧନିଆନାଲି ପାଳଗଣ୍ଡୁଆ ଦେଇ ଯାଇଥିବା ଜଙ୍ଗଲ ରାସ୍ତାର ଜରିଟାଙ୍ଗର ନିକଟରେ ମରିଥିବା ଦେଖିବାକୁ ମିଳିଛି । କେନ୍ଦ୍ର ସରକାର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ୟ୍ୟନ୍ତ ଜଙ୍ଗଲ ମଧ୍ୟରେ ହାତୀ ମାନଙ୍କର ସୁରକ୍ଷା ନିମନ୍ତେ ଅନେକ ଯୋଜନା ପ୍ରଣୟନ କରୁଛନ୍ତି । ସେହିପରି ହାତୀ ମାନେ କିପରି ସୁରକ୍ଷିତ ରହି ପାରିବେ ଜଙ୍ଗଲ ମଧ୍ୟରେ ସେମାନଙ୍କ ନିମନ୍ତେ ବଡ଼ ବଡ଼ ଟ୍ରେଞ୍ଚମାନ ଖୋଳା ଯାଉଛି । ସଦା ସର୍ବଦା ହାତୀମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ହାତୀ ସୁରକ୍ଷା ସ୍କ୍ୱାର୍ଡ ଗଠନ କରାଯାଇ କର୍ମଚାରୀ ନିଯୁକ୍ତି ଦିଆଯାଇଛି । ସେମାନେ ପ୍ରତିଦିନ ଜଙ୍ଗଲ ମଧ୍ୟରେ ହାତୀମାନଙ୍କର ଗତିବିଧି ଅନୁଧ୍ୟାନ କରିବା ସହ ଯେପରି ସେମାନେ ସୁରକ୍ଷିତ ଭାବେ ରହି ପାରିବେ, ସେଥିପ୍ରତି ଦୃଷ୍ଟି ଦିଆଯାଉଛି । ହେଲେ ହାତୀ ମାନଙ୍କ ନିମନ୍ତେ ଏତେ ସବୁ ସୁବିଧା ଥାଇ ସୁଦ୍ଧା ହାତୀ ମାନେ ଅକାଳରେ ଗୋଟିଏ ପରେ ଗୋଟିଏ ମରି ଯାଉଥିବା ଯୋଗୁଁ ସାଧାରଣରେ ଏକ ବିରାଟ ପ୍ରଶ୍ନ ଛିଡା ହୋଇଛି । ବାସ୍ତବରେ ଏଠାରେ ଥିବା ଦୁଇଟି ଯାକ ରେଞ୍ଜ କାର୍ଯ୍ୟାଳୟରେ ନିଯୁକ୍ତ କର୍ମଚାରୀମାନଙ୍କ ଦାୟିତ୍ୱ ଉପରେ ଲୋକେ ଆଙ୍ଗୁଳି ନିର୍ଦେଶ କରିଛନ୍ତି ।

Leave A Reply

Your email address will not be published.

three + 3 =