pakka

ପଂଚାୟତ ନିର୍ବାଚନ ସଂରକ୍ଷଣ ପ୍ରସଙ୍ଗ : ମ.ରାମପୁର ସଦର ଆସନ ଅଣସଂରକ୍ଷିତ ମହିଳା ହେବ କି ?

bbehera

ମ.ରାମପୁର, (ହେମନ୍ତ ସାହୁ) : ରାଜ୍ୟରେ ଗତ କିଛି ଦିନ ତଳେ ପଂଚାୟତ ନିର୍ବାଚନ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ମ.ରାମପୁର ସଦର ପଂଚାୟତରେ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିଥିଲା । ତେବେ ଏହି ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପୂର୍ବରୁ ଏଠାରେ ଅଣସଂରକ୍ଷିତ ହେବା ନେଇ ଦୃଢ ଆଶା କରାଯାଉଥିଲା ଏବଂ ସେହି କ୍ରମରେ ଅନେକ ଆଶାୟୀ ନିଜ ନିଜ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଥିଲେ । ପରେ ଯେତେବେଳେ ଅନୁସୂଚିତ ଜନଜାତି ସଂରକ୍ଷଣ ହେଲା, ଉକ୍ତ ଆଶାୟୀଙ୍କ ଆଶା ମଉଳି ଯାଇଥିଲା ଏବଂ ଏହି ବର୍ଗର କିଛି ଆଶାୟୀ ନିଜ ନିଜ ପ୍ରଚାର ତଥା ଗୋଟି ଚାଳନା ଏକ ପ୍ରକାର ଆରମ୍ଭ କରିଦେଇଥିଲେ । କିନ୍ତୁ ଓବିସି ଆସନ ସଂରକ୍ଷଣ ରହିବ ନାହିଁ ବୋଲି କହିବା ସହିତ ଉଚ୍ଚନ୍ୟାୟାଳୟ ଏହି ସରଂକ୍ଷଣ ତାଲିକାକୁ ରଦ୍ଦ କରି ପୁଣି ଏକ ସାନି ସଂରକ୍ଷଣ ତାଲିକା ପ୍ରକାଶ କରିବାକୁ ଯାଉଛନ୍ତି । ଯାହାକୁ ନେଇ ମ.ରାମପୁର ସଦର ପଂଚାୟତରେ ଅଣସଂରକ୍ଷିତ ରହିବାର ଆଶା କରାଯାଉଛି ତଥା ଏହା ପ୍ରକୃତରେ ଅଣ ସଂରକ୍ଷିତ ମହିଳା ହେବା ଉଚିତ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି । କାରଣ ଏହା ପୂର୍ବରୁ ୨୦୦୨ରୁ ୨୦୦୭ ମସିହା ପର୍ଯ୍ୟନ୍ତ ଅଣସଂରକ୍ଷିତ ଆସନରେ ଜୀବେଶ କୁମାର ପଣ୍ଡା, ୨୦୦୭ରୁ ୨୦୧୨ ଅନୁସୂଚିତ ଜନଜାତି ମହିଳା ଆସନରେ ଈଭାମୟୀ ମାଝୀ, ୨୦୧୨ରୁ ୨୦୧୭ ଓବିସି ଆସନରୁ ବିଭୂତି ଭୂଷଣ ମହାଖୁଡ଼ ଏବଂ ୨୦୧୭ରୁ ଏଯାବତ୍ ଅନୁସୂଚିତ ଜାତି ଆସନରୁ ଚିତ୍ତରଂଜନ ବାଗ ସଂରପଂଚ ଆସନ ପ୍ରାପ୍ତ କରିଥିଲେ । ତଦ୍‌ଅନୁଯାୟୀ ମ.ରାମପୁର ସଦର ସରପଂଚ ଆସନଟି ସଂପ୍ରତି ଅଣସଂରକ୍ଷିତ ମହିଳାଙ୍କ ପାଇଁ ସଂରକ୍ଷିତ ହେବା କଥା ବୋଲି ମତପ୍ରକାଶ ପାଇଛି । ତେବେ ଏହି ଆସନ ସଂରକ୍ଷଣ ଉପରେ ଏବେ ସମସ୍ତଙ୍କ ନଜର ରହିଥିବା ଦେଖାଯାଉଛି । ଯାହାକୁ ନେଇ ସାନି ସଂରକ୍ଷଣ ତାଲିକାକୁ ଅନେକେ ଅପେକ୍ଷା କରି ରହିଛନ୍ତି ।

jay balangir
Leave A Reply

Your email address will not be published.

seven + 8 =

error: Content is protected !!