ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗଡ଼ମୋଟରି ଗ୍ରାମର ନାବାଳିକା ଯୁକ୍ତ ଦୁଇ କଲେଜ ଛାତ୍ରୀ ରବିବାର ସଂଧ୍ୟାରୁ ନିଖୋଜ ନେଇ ଛାତ୍ରୀର ପିତା ଡେଲାଙ୍ଗ ହାଟ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ପିତାଙ୍କ ଅଭିଯୋଗ ଅନୁସାରେ ରବିବାର ସନ୍ଧ୍ୟାରେ ଝିଅ ଶୌଚ ପାଇଁ ପଡିଆକୁ ଯାଇ ଆଉ ଘରକୁ ଫେରି ନଥିଲା । ବିଭନ୍ନ ସ୍ଥାନ ଖୋଜାଖୋଜି କରି ନ ପାଇବାରୁ ସେ ପୋଲିସର ଆଶ୍ରୟ ନେଲେ । ତାଙ୍କ ଝିଅ ନିକଟସ୍ଥ କୁମୁଣ୍ଡାଳ ଗ୍ରାମର ଜଣେ ଯୁବକ ସହ ବହୁ ସମୟରେ କଥାବାର୍ତ୍ତା ହେବା ଓ ଉଭୟ ସକ୍ଷାତରେ କଥା ହେବା ଗାଁ ଲୋକେ ଦେଖିଛନ୍ତି । ତାଙ୍କ ଝିଅ ନିଖୋଜ ଘଟଣାରେ ଉକ୍ତ ଯୁବକକୁ ଦାୟୀ କରି ଝିଅକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଯୁବକ ବିରୋଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଥାନା ଅଧିକାରୀଙ୍କୁ ନିବେଦନ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ।