csstore

ଦେଓଗାଁରେ ପଞ୍ଚ କୁଣ୍ଡୀୟ ଗୀତା ଯଜ୍ଞ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ଦେଓଗାଁଠାରେ ପବିତ୍ର ମାର୍ଗଶିର ପୂର୍ଣ୍ଣିମୀ ତିଥିରେ ଗତକାଲି ପଞ୍ଚ କୁଣ୍ଡୀୟ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧିବାସ କଳସ ସ୍ଥାପନ ହୋଇଥିବା ବେଳେ ଗତକାଲି ଯଜ୍ଞ କାର୍ଯ୍ୟ ସମ୍ପାଦନ ହୋଇଥିଲା । ସକାଳୁ ସୂର୍ଯ୍ୟାଘ୍ର, ଜଗନ୍ନାଥ ଷ୍ଟକ, ହେବା ପରେ ପୂଜା ଆରମ୍ଭ ହୋଇଥିଲା । ସକାଳ ୯ଟାରେ ସାଧୁ ସେବା ଓ ଭଗବାନ ସେବା, ଗୀତା ପୂଜନ କାର୍ୟ୍ୟ ଅନୁଷ୍ଠିତ ହୋଇଥିଲା । ପରେ ଗୀତା ହୋମ ଯଜ୍ଞ ଆରମ୍ଭ ହୋଇ ଅପରାହ୍ନରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା । ଜଗନ୍ନାଥ କୁଣ୍ଡ, ଭଗବାନ କୁଣ୍ଡ, ପଦ୍ମନାଭ କୁଣ୍ଡ, ପାର୍ଥ ସାରଥୀ କୁଣ୍ଡ, ଦେବକୀନନ୍ଦନ କୁଣ୍ଡରେ ୧୨ ଜଣ ସସ୍ତ୍ରୀକ କର୍ତ୍ତା ଆହୁତି ପ୍ରଦାନ କରିଥିଲେ। ଯଜ୍ଞ କାର୍ୟ୍ୟକୁ ଆଚାର୍ଯ୍ୟ ଭାବେ ଗଣେଶ ପଣ୍ଡା, ଭକ୍ତ ପ୍ରସାଦ ରଥ, ନିଗମାନନ୍ଦ ରଥ, କୈଳାସ ଚନ୍ଦ୍ର ପଣ୍ଡା, ଗିରିଧାରୀ ମିଶ୍ର, ସତ୍ୟ ବିନ ମିଶ୍ର, ଭାଗବତ ମିଶ୍ର, ଆଦିତ୍ୟ ନାରାୟଣ ପଣ୍ଡା, ଦୁର୍ବାଦଳ ପଣ୍ଡା, ହରି ହରିହର ପଣ୍ଡା ପଣ୍ଡିତ ସମୁହ ପରିଚାଳନା କରିଥିଲେ । ଗୀତା ଯଜ୍ଞର ପୂନ୍ୟାର୍ଜନ ପାଇଁ ଆଖପାଖ ଅଞ୍ଚଳର ଶତାଧିକ ଭକ୍ତଙ୍କ ସମାଗମଙ୍କ ହୋଇଥିଲା ।

jayashree
Leave A Reply

Your email address will not be published.