ଜଳବାୟୁ ପରିବର୍ତ୍ତନ ସହଣୀ ବିହନ ଓ ଖାଦ୍ୟ ଜୈବ ବିବିଧତା ପ୍ରଦର୍ଶନୀ

csstore

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ବୁଢ଼ୀପଦରଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ମଙ୍ଗଳବାର ଦିନ ଜଳବାୟୁ ପରିବର୍ତ୍ତନ ସହଣୀ ବିହନ ଓ ଖାଦ୍ୟ ଜୈବ ବିବିଧତା ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ଲାମୁଣ୍ଡା ତହସିଲଦାର ବାସନ୍ତୀ ସେଠୀ, ପୌରକେଲା ପଞ୍ଚାୟତ ସରପଞ୍ଚ କେତକୀ ରଣା, ଗ୍ରାମ କୃଷି କର୍ମୀ ଲୋକନାଥ ନାଗ, ବୁଢ଼ୀପଦର ଗ୍ରାମ୍ୟ ଉନ୍ନୟନ ସମିତି ସଭାପତି ରେବତୀ ପାତ୍ର, ସମ୍ପାଦକ ରାଜକିଶୋର ପାତ୍ର, ଆୟୋଜକ ସଂସ୍ଥା କର୍ମୀ ଜଗଦୀଶ ପ୍ରସାଦ ରଣା, ବରିଷ୍ଠ ଚାଷୀ ଶ୍ରୀପତି ଭୋଇ, ଅନିରୁଦ୍ଧ ପୁଟେଲ, ଜତି ଭୋଇ, ଯୁବରାଜ ପଧାନ ପ୍ରମୁଖ ଯୋଗଦେଇ ପାରମ୍ପରିକ ଖାଦ୍ୟ ଓ ବିହନ ସୁରକ୍ଷା ତଥା ଜଳବାୟୁ ପରିବର୍ତ୍ତନ ସହଣୀ ଚାଷ ବିଷୟରେ ଆଲୋଚନା କରିଥିଲେ । ସଫଳ ଚାଷୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବୁଢ଼ୀପଦର, ଖରଝୁରା, ଧରାଖମନ, କଂସିଲ, ସିରାବାହଲ ପ୍ରଭୁତି ଗାଁର ଚାଷୀମାନେ ଯୋଗ ଦେଇଥିଲେ । ଏଥିରେ ବୁଢ଼ୀପଦର ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.