ମୁକ୍ତା ଯୋଜନାରେ ବଲାଙ୍ଗିର ପୌରାଞ୍ଚଳକୁ ମିଳିଲା ୫ କୋଟି ୭୯ ଲକ୍ଷ ଓ ୭୭ଟି ରାସ୍ତାର ଉନ୍ନତିକରଣ ପାଇଁ ୮ କୋଟି ୧୫ ଲକ୍ଷ ଅନୁଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ଭିଡିଓ କନଫରେନ୍ସ ହଲରେ ବଲାଙ୍ଗିର ପୌରାଞ୍ଚଳରେ ରାଜ୍ୟ ସରକାରଙ୍କ ୫ଟି ଆଧାରରେ ମୁକ୍ତା ଓ ଉନ୍ନତି ଯୋଜନାରୁ ବଲାଙ୍ଗିର ସହରାଞ୍ଚଳରେ ହେବାକୁ ଥିବା ବିଭିନ୍ନ ଉନ୍ନୟନ ମୂଳକ କାମ ପାଇଁ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସ ମାଧ୍ୟମରେ ରାଜ୍ୟ ସରକାରଙ୍କ ତରଫରୁ ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୫ କୋଟି ୭୯ ଲକ୍ଷ ଟଙ୍କାର ନୂତନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେଲେ ବଲାଙ୍ଗିର ବିଜେଡି ଯୁବନେତା ଅର୍କେଷ ନାରାୟଣ ସିଂହଦେଓ । ଏହି ମୁକ୍ତା ଯୋଜନା ମାଧ୍ୟମରେ ସହରାଞ୍ଚଳରେ ୭୮ଟି ପ୍ରକଳ୍ପ କାର୍ଯ୍ୟ କରାଯିବା ବେଳେ ସେଥିରେ ୭ଟି କ୍ଷୁଦ୍ର ପାର୍କ ୧ କୋଟି ୩୨ ଲକ୍ଷ, ୧୦ଟି ପବ୍ଲିକ ଜିମ୍ ୬୮ ଲକ୍ଷ, ୨୨ଟି ଶିଶୁ କ୍ରିଡା ଉଦ୍ୟାନ ୧ କୋଟି ୨ ଲକ୍ଷ, ୧୯ଟି ୱାକିଂ ଟ୍ରାକ ୨ କୋଟି ୨ ଲକ୍ଷ, ୨ଟି ଖେଳ ପଡିଆର ଉନ୍ନତି ପାଇଁ ୨୫ ଲକ୍ଷ, ୧୮ଟି ସୌଚାଳୟ ୫୦ ଲକ୍ଷ । ସବୁତକ ମିଶି ୭୮ଟି କାର୍ଯ୍ୟ ପାଇଁ ସ୍ଥାନ ନିରୂପଣ କରାଯାଇ ୫ କୋଟି ୭୯ ଲକ୍ଷ ଟଙ୍କାର ଅନୁଦାନ ପାଇଁ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଜରିଆରେ ୫ଟି ସଚିବଙ୍କ ମାଧ୍ୟମରେ ଯୁବନେତା ଅର୍କେଷ ନାରାୟଣ ସିଂହଦେଓ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ପ୍ରସ୍ତାବ ପତ୍ର ଧରାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ ଜଣାଇଥିବା ବେଳେ ଏକ ସପ୍ତାହ ମଧ୍ୟରେ ସମସ୍ତ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅନୁମୋଦନ କରାଇବାକୁ ପ୍ରତିଶୃତି ଦେଇଥିଲେ ୫ଟି ସଚିବ ଭି କେ ପାଣ୍ଡିଆନ ଏହାବାଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ପୌରାଞ୍ଚଳର ୭୭ଟି ରାସ୍ତାର ଉନ୍ନତିକରଣ ପାଇଁ ୮ କୋଟି ୧୫ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇ ଟେଣ୍ଡର ପ୍ରକ୍ରିୟାରେ ରହିଛି ବୋଲି ସୂଚନା ଦେଇଥିଲେ ୫ଟି ସଚିବ । ଏହି ବୈଠକରେ ଜିଲ୍ଲା ପ୍ରଶାସନ ତରଫରୁ ବଲାଙ୍ଗିର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ଲାଗୁରୀ, ଡୁଡା ପ୍ରକଳ୍ପ ଅଧିକାରୀ ସୁଦର୍ଶନ ସାଏ, ପୌରାଞ୍ଚଳ ନିର୍ବାହୀ ଅଧିକାରୀ ବିପିନ ଦୀପ ଉପସ୍ଥିତ ଥିବା ବେଳେ ବିଜେଡି କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି, ମହିଳା ସଭାନେତ୍ରୀ ଦମୟନ୍ତୀ ବାଗ, ଧୃବ ଜୁଏଡ, ଯୁବ ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ନଗର ସଭାପତି ଶମ୍ଭୁ ନାଗ, ଜିଲ୍ଲା ଓଡିଶା ମୋ ପରିବାର ସଂଯୋଜକ ସାଗର ସଂଗମ ଶତପଥୀ, ଦେବଦତ୍ତ ବେହେରା ଉପସ୍ଥିତ ଥିବା ବେଳେ ବଲାଙ୍ଗିର ସଦର ବ୍ଲକ ଭିଡିଓ କନଫରେନ୍ସ ହଲଠାରେ ମୁନା ଖାନ, ଓମକାର ନାୟକ, ନରସିଂହ ବାଗ, ବୁଲୁ ରାଉତରାୟ, ଲିପିଶ୍ରୀ ସାଏ, ରାମ ନାଏକ, ନରହରି ରାଉତ, ସନ୍ତୋଷିନୀ ବେହେରା, ମମତା ଜେନା, ଗାମାନିଏଲ ନାଗ, ସରିତା ଦାଶ, ଜିତୁ ମିଶ୍ର, ଅଶ୍ରଫୁଲ ଖାନ, ଶିବ ପ୍ରସାଦ ବେହେରା, କିଶୋର କୁମ୍ଭାର, କ୍ଷୀରୋଦ ନାଗ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

14 + sixteen =

error: Content is protected !!