oom

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ସ୍ଵଚ୍ଛତା ପକ୍ଷ ପାଳନ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ‌ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ କେନ୍ଦ୍ରୀୟ ଉଦ୍ୟାନ କୃଷି ‌ଗବେଷଣା‌ ସଂସ୍ଥା ‌ଆଇଗୀଣିଆ ଭୂବନେଶ୍ଵର‌ ସହଯୋଗରେ ସ୍ଵଚ୍ଛତା ପକ୍ଷ ପାଳନ କରାଯାଇଛି । ଏହି ଉପଲକ୍ଷେ ଏକ ସଚେତନତା ରାଲି କରାଯିବା ସହିତ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ସଭାପତିତ୍ଵ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ । ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ଭାବେ କେନ୍ଦ୍ରୀୟ ଉଦ୍ୟାନ କୃଷି ‌ଗବେଷଣା‌ ସଂସ୍ଥାର ବରିଷ୍ଠ ବୈଜ୍ଞାନିକ ଡଃ ଶ୍ରୀନିବାସନ, ସିଂହରାୟ ମାଝି, ଶିକ୍ଷକ ମିଟୁ କିଶୋର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ପ୍ରଧାନ ବିରଞ୍ଚିନାରାୟଣ ବରାଳ, ସୁଧୀର କୁମାର ଜେନା, ପର୍ଶୁରାମ ସାହୁ, ପୁରୁଷୋତ୍ତମ ନାୟକ, ପରିଚାଳନା କମିଟି ସଭାପତି ପବିତ୍ର ମୋହନ ପରିଡା ଓ ଅନ୍ୟମାନେ । ବକ୍ତାମାନେ ସ୍ଵଚ୍ଛତା ଉପରେ ଗୁରୁତ୍ଵ ଦେବା ସହିତ ବୃକ୍ଷ ରୋପଣ କରି ପୃଥିବୀ ମାତାଙ୍କୁ ବିଶ୍ଵ ତପାୟନରୁ ରକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ । ସର୍ବ ଶେଷରେ ସୁଧୀର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ପ୍ରାଙ୍ଗଣରେ ନଡିଆ ବୃକ୍ଷ ଚାରା ରୋପଣ କରାଯାଇଥିଲା ।

jittmm
Leave A Reply

Your email address will not be published.