oom

ବିଶିଷ୍ଟ ଶିକ୍ଷକ ଚୁଡାମଣି ପାଣିଗ୍ରାହୀଙ୍କ ଅକାଳ ବିୟୋଗ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ଗମ୍ଭାରୀ ଗ୍ରାମର ଅବସରପ୍ରାପ୍ତ ବିଶିଷ୍ଟ ଶିକ୍ଷକ ଗ୍ରାମ୍ୟ କବିରତ୍ନ, ଗ୍ରାମ୍ୟ ଶିରୋମଣୀ, କବି ସାରଥୀ ଚୂଡ଼ାମଣି ପାଣିଗ୍ରାହୀଙ୍କ ଗତକାଲି ରାତ୍ର ଘଣ୍ଟା ୧୧.୪୫ରେ ଅକାଳ ବିୟୋଗ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ହୋଇଥିଲା । ପାଣିଗ୍ରାହୀ ଜଣେ ପ୍ରକୃତି ପ୍ରେମୀ, ପରୋପକାରୀ, ମିଷ୍ଟାନ୍ନଭାଷୀ, ଦରଦୀ ବନ୍ଧୁ, ପଶୁ ପ୍ରେମୀ, ମେଳାପୀ, ଜଣେ ଭଦ୍ର ବ୍ୟକ୍ତି ଥିଲେ । ସେ ଦୀର୍ଘ ଦିନରୁ ହୃଦଘାତ ରୋଗରେ ଆକ୍ରାନ୍ତ ଥିବା ବେଳେ ଜୀବନ ଓ ମୃତ୍ୟୁର ସଂଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । ଜଣେ ଅବସରପ୍ରାପ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗମ୍ଭାରୀର ଶିକ୍ଷକ । ସ୍ଵର୍ଗତ ପାଣିଗ୍ରାହୀ ତାଙ୍କ ସ୍ୱରଚିତ କବିତା ରାଜ୍ୟସ୍ତରୀୟ ପୁରସ୍କାର ପାଇଥିଲେ । ତାଙ୍କ ପଛରେ ବଡ଼ ପୁଅ ଦୁର୍ଗା ପ୍ରସାଦ ପାଣିଗ୍ରାହୀ ଓ ସ୍ତ୍ରୀ କବିତା ପାଣିଗ୍ରାହୀ, ମଝିଆ ପୁଅ ରାମ ରଞ୍ଜନ ପାଣିଗ୍ରାହୀ (ନୀଳ) ତାଙ୍କ ସ୍ତ୍ରୀ ବୈଜୟନ୍ତି ପାଣିଗ୍ରାହୀ ଓ ସାନ ପୁଅ ଶ୍ରୀୟା ବଲ୍ଲଭ ପାଣିଗ୍ରାହୀ ଏବଂ ତାଙ୍କର ଦୁଇ ନାତୁଣୀ ଅଙ୍କିତା ପାଣିଗ୍ରାହୀ ଓ ଅର୍ପିତା ପାଣିଗ୍ରାହୀଙ୍କୁ ଛାଡି ଚାଲିଯାଇଛନ୍ତି । ତାଙ୍କ ଦେହାନ୍ତ ହେବାର ଖବର ପାଇ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଶେଷ ଦର୍ଶନ ପାଇଁ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ବିଶେଷ ତଥା ପ୍ରିୟ ବନ୍ଧୁ ତାଙ୍କର ବାସଭବନ ଆସିଥିଲେ । ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କର ବଡ଼ ପୁଅ ଦୁର୍ଗା ପ୍ରସାଦ ପାଣିଗ୍ରାହୀ ମୁଖାଗ୍ନି ଦେଇଥିଲେ । ଶ୍ରୀ ପାଣିଗ୍ରାହୀଙ୍କ ଅକାଳ ବିୟୋଗରେ ପୁର୍ବତନ ମନ୍ତ୍ରୀ ତଥା ପାଟଣାଗଡ଼ ମହାରାଜା କନକବର୍ଦ୍ଧନ ସିଂହଦେଓ, ବଲାଙ୍ଗିର ସାଂସଦ ସଂଗିତା କୁମାରୀ ସିଂଦେଓ, ପାଟଣାଗଡ଼ ବ୍ଳକ ଅଧ୍ୟକ୍ଷ ଭକ୍ତ ବନ୍ଧୁ ନାଏକ ପ୍ରମୁଖ ଶୋକ ପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

jittmm
Leave A Reply

Your email address will not be published.