ନିଖିଳ ଓଡିଶା ଇପିଏଫ୍‌ ପେନ୍‌ସନ୍‌ ଆସୋସିଏସନ୍‌ ଢେଙ୍କାନାଳ ଶାଖାର ୩ୟ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ଢେଙ୍କାନାଳ, (ତାପସ ଦାସ) : ନିଖିଳ ଓଡିଶା ଇପିଏଫ୍‌ ପେନସନ ଆସୋସିଏସନ୍‌ର ଢେଙ୍କାନାଳ ଶାଖାର ୩ୟ ବାର୍ଷିକ ସାଧାରଣ ସଭା ସଭାପତି ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଢେଙ୍କାନାଳର ବିଭିନ୍ନ କଲକାରଖାନା ଏବଂ ଅନୁଷ୍ଠାନମାନଙ୍କରୁ ଅବସର ନେଇଥିବା କର୍ମଚାରୀମାନେ ଯୋଗଦେଇଥିଲେ । ଏହି ସଭାରେ ସର୍ବ ଭାରତୀୟ ସମନ୍ୱୟ କମିଟିର ଉପସଭପେତି ତଥା ରାଜ୍ୟ ଶାଖା ଜେନେରାଲ ସେକ୍ରେଟାରୀ ଭାଗ୍ୟଧର ବ୍ରହ୍ମ, କଟକ ଜିଲ୍ଲା ଶାଖା ସଭାପତି ରାଜକିଶୋର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଆରମ୍ଭରେ ଦେଶ ପାଇଁ ସହିଦ ହୋଇଥିବା ଯବାନ ମାନଙ୍କ ପାଇଁ ସେମାନଙ୍କର ଆତ୍ମାର ସଦ୍‌ଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ୨୦୨୨ ଏବଂ ୨୦୨୩ ଦୁଇବର୍ଷ ପାଇଁ ୧୫ଜଣ ନୂତନ କର୍ମକର୍ତାଙ୍କୁ ସର୍ବସମତି କ୍ରମେ ନିର୍ବାଚିତ କରାଯାଇଥିଲା ।

Leave A Reply

Your email address will not be published.