jsm

କୌଶିକ ବାବା ଡିଗ୍ରୀ କଲେଜରେ ବକ୍ତୃତା ଓ କଣ୍ଠସଙ୍ଗୀତ ପ୍ରତିଯୋଗିତା

csstore

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ତେରେସିଂହା ସ୍ଥିତ କୌଶିକ ବାବା ଡିଗ୍ରୀ ମହାବିଦ୍ୟାଳୟଠାରେ ମାଟିଲଗ୍ନା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବକ୍ତୃତା ଏବଂ କଣ୍ଠ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁଶୁର୍ଲାର ଅଧ୍ୟକ୍ଷ ସୁବୋଧ କୁମାର ଶତପଥୀ, ମୁଖ୍ୟ ବକ୍ତା ଲାଞ୍ଜିଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପକ ସରୋଜ ଜେନା, ସମ୍ମାନୀତ ଅତିଥି ମାଟିଲଗ୍ନା ସାହିତ୍ୟ ସଂସଦ, କଳାହାଣ୍ଡି ସଭାପତି ସମୀର କୁମାର ମହାପାତ୍ର, ସଂସଦ କଳାହାଣ୍ଡି ସଂଯୋଜକ କିଶୋର ତ୍ରିପାଠୀ ଯୋଗଦେଇ ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ । କଲେଜ ଅଧ୍ୟକ୍ଷା ସୁଶ୍ରୀ ଲିପ୍ସାମୟୀ ଦୁବେଙ୍କ ସଭାପତିତ୍ୱରେ ଆୟୋଜିତ କାର୍ୟ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଆୟୋଜିତ ବକୃତା ପ୍ରତିଯୋଗିତାରେ କିଶୋର କୁମାର ପ୍ରଧାନ, ହିମାଞ୍ଚଳ କୁମାର ଓ ସୁଶ୍ରୀ ପ୍ରତିମା ସାହୁ ଏବଂ କଣ୍ଠ ସଙ୍ଗୀତ ପ୍ରତିଯୋଗିତାରେ ରଚନା ସାହୁ, ସୁପ୍ରିୟା ଥାପା, ମିଲି ସାହୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ । ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ସମସ୍ତ ବିଜୟୀ ଓ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଦେଇ ପୁରସ୍କୃତ କରିଥିଲେ । ଏହି କାର୍ୟ୍ୟକ୍ରମରେ ଅଧ୍ୟାପକ ସମୀର ପଧାନ, କସ୍ତୁଭ ସାହୁ, ଗ୍ରନ୍ଥାକାର ବସନ୍ତ ସାହୁ, କିରାଣୀ ଭୁପିନ୍ଦର ରଣା, ଚତୁର୍ଥ ଶ୍ରେଣୀ କର୍ମଚାରୀ ଚମ୍ପୂଲାଲ ରଣା, ଡୋଲେଶ୍ୱର ରଣା, ପ୍ରଦୀପ ଭୋଇ ପ୍ରମୁଖ ସହଯୋଗ କରିଥିଲେ । ଧନ୍ୟବାଦ ଦେଇଥିଲେ ରବି ମାଝୀ ।

yuvodaya
Leave A Reply

Your email address will not be published.