ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଏକା ଥରକେ ୭ ହଜାର ଶିକ୍ଷକ ପାଇବେ ନିଯୁକ୍ତି । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ପ୍ରଥମ ପର୍ଯ୍ୟାୟରେ ୧୧ ହଜାର ଶିକ୍ଷକ ନିଯୁକ୍ତି ପାଇଁ ସରକାରଙ୍କ ଟାର୍ଗେଟ ରଖିଥିଲେ । ଏ ନେଇ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା ।୧୧ ହଜାର ଉଚ୍ଚବିଦ୍ୟାଳୟ ଶିକ୍ଷକ ପଦବୀ ମଧ୍ୟରୁ ୭ ହଜାର ଶିକ୍ଷକ ପଦବୀ ନେଇ ଉତ୍ତୀର୍ଣ୍ଣ ହୋଇଛନ୍ତି ଶିକ୍ଷକ । ବାକି ୪ ହଜାର ସଂରକ୍ଷିତ ପଦବୀ ପାଇଁ ଉତ୍ତୀର୍ଣ୍ଣ ହୋଇପାରିନାହାନ୍ତି । ଏହାକୁ ନେଇ ବିଭାଗ ପକ୍ଷରୁ ବିଚାର କରାଯାଉଛି । ୧୬ ତାରିଖରେ ନିଯୁକ୍ତି ପାଇବା ନେଇ ସେ କହିଛନ୍ତି । ସେ ଆହୁରି କହିଛନ୍ତି କେବଳ ସ୍କୁଲ କୋଠା ନବୀକରଣ ନୁହେଁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।