csstore

ସାଇକେଲ ଷ୍ଟାଣ୍ଡରୁ ପେଟ୍ରୋଲ ଲୁଟିନେଲେ ଦୁର୍ବୁତ୍ତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଇକେଲ ଷ୍ଟାଣ୍ଡର ମାଲିକର ଭାଇକୁ ଭୟଭୀତ କରି ପେଟ୍ରୋଲ ଲୁଟିନେଲେ ଦୁର୍ବୁତ୍ତ, ଏନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ଏକ ସାଇକେଲ ଷ୍ଟାଣ୍ଡରୁ ଦୁଇଜଣ ଅଚିହ୍ନା ଯୁବକ ରାତି ଦୁଇଟାରେ ଆସି ଷ୍ଟାଣ୍ଡର ଗେଟ୍‌ ଭାଙ୍ଗି ଗାଡିଚୋରି ପାଇଁ ଉଦ୍ୟମ କରୁଥିବା ସମୟରେ ଷ୍ଟାଣ୍ଡର ମାଲିକଙ୍କ ସାନଭାଇ ଉଠିପଡ଼ି ଥିଲେ, ସେ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଭୟ ଦେଖାଇ ସେଠାର ଥିବା ମୋଟର ସାଇକେଲ ଗୁଡିକରୁ ପ୍ରାୟ ଦଶ ଲିଟର ପେଟ୍ରୋଲ କାଢ଼ି ନେଇଥିଲେ ଓ ଏହାର ମୋବାଇଲ ଭିଡ଼ିଓ ରେକର୍ଡରେ ଫଟୋ ଓ ସେମାନେ ଆସିଥିବା ଗାଡିର ଦୃଶ୍ୟ କଏଦ ହୋଇଛି ବୋଲି ଷ୍ଟାଣ୍ଡର ମାଲିକ ତଥା ବୋଲକଣା ଗ୍ରାମର କବୀନ୍ଦ୍ର ଗୁରୁ ଡେଲାଙ୍ଗ ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.