ଭୂତ କୋଠି ସାଜିଛି ପାଣିପମ୍ପ ହାଉସ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଜୋଳି ପଂଚାୟତରେ ଥିବା ପାଣିପମ୍ପ ଘରକୁ ଜଗିଛି ଗୁଳ୍ମଜାତୀୟ କଣ୍ଟା, ଲତା, ଭଳିକି ଭଳି ଗଛ । ସତେ ଯେମିତି ଏହି ପମ୍ପ ହାଉସ ଅଭୟାରଣ୍ୟ ପାଲଟିଯାଇଛି । ପାଖରେ ଇଲେଭେନ କେଭିରେ ବିଦ୍ୟୁତ ତାର ଲତା ଟ୍ରାନ୍ସଫର ଲାଗିକି ରହିଛି । ପ୍ରତେକ ଦିନ ଏହି ପମ୍ପ ହାଉସରୁ ପାଣି ଛଡା ଯାଏ । ଏଥି ପ୍ରତି କାହାର ନଜର ନାହିଁ । ସତେ ଯେମିତି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ଏ ବିଷୟରେ କେରଜୋଳି ସରପଞ୍ଚକୁ ଫୋନ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲା ହେଲେ କୌଣସି ଉତ୍ତର ମିଳିପାରିନଥିଲା ।

Leave A Reply

Your email address will not be published.