ଆତ୍ମ ସମର୍ପଣ କଲେ ମହିଳା ମାଓବାଦୀ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ଆତ୍ମ ସମର୍ପଣ କଲେ ମହିଳା ମାଓବାଦୀ । ଛତିଶଗଡ଼ ମେନପୁର ଡିଭିଜନର ଜଣେ ହାର୍ଡକୋର ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି । ତାଙ୍କ ନାଁ କମଲେଶ୍ୱରୀ ମରେଇ ଓରଫ ଅମିଲା । ଦକ୍ଷିଣାଞ୍ଚଳ ଡିଆଇଜି ଓ ରାଜେଶ ପଣ୍ଡିତ ଏବଂ ନବରଙ୍ଗପୁର ଜିଲ୍ଲା ଏସ୍‌ପି ପୁରୁଷୋତ୍ତମ ଦାସଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଅମିଲା । ଏହି ମହିଳା ମାଓବାଦୀ ଜଣକ ଛତିଶଗଡ଼ ମେନପୁରର ନୂଆ ଡିଭିଜନ ପାଇଁ କାମ କରୁଥିଲେ । ନକ୍ସଲମାନଙ୍କ ହିଂସାତ୍ମକ କାର୍ଯ୍ୟକଳାପରେ ଅତିଷ୍ଟ ହୋଇ ସେ ସଂଙ୍ଗଠନ ଛାଡିବା ପାଇଁ ନିଜେ ନିଷ୍ପତି ନେଇଥିଲେ । ମାଓବାଦୀ ଅମିଲା ଜଣେ ଉତ୍ତଶିକ୍ଷିତା ଅଟନ୍ତି । କମ୍ପ୍ୟୁଟର ଚଳାଇବା ଜାଣିଥିବା ସହ ବିଭିନ୍ନ ଆଗ୍ନେୟଅସ୍ତ୍ର ଚଳାଇବାର ଅଭିଜ୍ଞତା ମଧ୍ୟ ରଖିଛନ୍ତି, ସେ ମାଓ କ୍ୟାମ୍ପରେ କ୍ୟାଡ଼ରମାନଙ୍କୁ ଶିକ୍ଷାଦାନ ମଧ୍ୟ କରୁଥିଲେ । ଓଡ଼ିଶାରେ ମାଓବାଦୀଙ୍କ ଥଇଥାନ ପାଇଁ ଭଲ ଯୋଜନା ସହ ସୁରକ୍ଷା ଦୃଷ୍ଟିରୁ ଓଡିଶା ସୁରକ୍ଷିତ ଥିବା ଏବଂ ସମାଜର ମୁଖ୍ୟ ତ୍ସୋତରେ ସାମିଲ ହେବାର ଉଦେଶ୍ୟ ନେଇ ଅମିଲା ଆତ୍ମସମର୍ପଣ କରିଛନ୍ତି । ସେ ୨୦୧୯ରୁ ମାଓ ସଂଗଠନ ସହ ଜଡ଼ିତ ଥିଲେ । ତାଙ୍କୁ ଏକ ଲକ୍ଷ ଟଙ୍କା ସହ ଚାକିରୀ, ଜମି ସହ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ନବରଙ୍ଗପୁର ଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ଦକ୍ଷିଣ ପଶ୍ଚିମାଞ୍ଚଳ କୋରାପୁଟ ଡିଆଇଜି ରାଜେଶ ପଣ୍ଡିତ ଏହି ସାମ୍ବାଦିକ ସମ୍ମିଳନୀରେ ଡିଆଇଜିଙ୍କ ସହ ସିଆରପିଏଫ୍ ରତନ କୁମାର ସିଂହ, ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକଙ୍କ ପୁରୁଷୋତ୍ତମ ଦାସ ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟ ମାଓବାଦୀ ମଧ୍ୟ ସମାଜର ମୁଖ୍ୟତ୍ସୋତରେ ସାମିଲ ହେବା ପାଇଁ ଆହ୍ବାନ ଦେଇଛନ୍ତି ଡିଆଇଜି ପଣ୍ଡିତ ।

Leave A Reply

Your email address will not be published.