ରାଜଧାନୀରେ ଓଡିଶା ରାଜ୍ୟ କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ଶିକ୍ଷକ ସଂଘର ସାଧାରଣ ସଭା

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ଶିକ୍ଷକ ସଂଘର ରାଜ୍ୟସ୍ତରୀୟ ଏକ ସାଧାରଣ ସଭା ଭୁବନେଶ୍ୱର ସ୍ଥ ରାଜ୍ୟ କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ଏମ୍‌.ଏସ୍. ସ୍ଵାମୀନାଥନ ହଲରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡଃ.ସନ୍ତୋଷ କୁମାର ଊଦଗାତା ପ୍ରାରମ୍ଭିକ ଉଦ୍‌ବୋଧନ ଦେଇଥିଲେ । ଶିକ୍ଷକ ସଂଘର ଅଧ୍ୟକ୍ଷ ଡ଼ଃ. ସଞ୍ଜୟ କୁମାର ମହାନ୍ତି ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ସଂଘର ସାଧାରଣ ସମ୍ପାଦକ ଡଃ. ପ୍ରଦୀପ୍ତ କୁମାର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଏବଂ ସଂଘର କୋଷାଧ୍ୟକ୍ଷ ବିପିନ ବିହାରୀ ପ୍ରଧାନ ବାର୍ଷିକ ଆୟ-ବ୍ୟୟର ବିବରଣୀ ପ୍ରଦାନ କରିଥିଲେ । ଏହା ପରେ ଶିକ୍ଷକ ବୈଜ୍ଞାନିକମାନଙ୍କର ନାର୍ଯ୍ୟ ଦାବୀଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯାଇ ସମସ୍ତ ସଦସ୍ୟ ମାନଙ୍କର ମତାମତ ଗ୍ରହଣ କରାଯାଇଥିଲା । ସମସ୍ତ କଲେଜ ଓ ସମ୍ପ୍ରସାରଣ ଅଧ୍ୟକ୍ଷମାନଙ୍କର ମତାମତ ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟର ୪ଶହରୁ ଅଧିକ ଅଧ୍ୟାପକ ଓ ବୈଜ୍ଞାନିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ପରିସରରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ଏକ ନୀରବ ଶୋଭାଯାତ୍ରା ବାହାରିଥିଲା । ପରେ ଶିକ୍ଷକ ସଂଘର ଦାବୀ ଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯାଇ ସମସ୍ତଙ୍କୁ ଅବଗତ କରାଯାଇଥିଲା । ସମସ୍ତ ସଦସ୍ୟ/ ସଦସ୍ୟାଙ୍କ ଅନୁମୋଦନ କ୍ରମେ ସଂଘର ପଦାଧିକାରୀମାନଙ୍କୁ ଆଉ ଏକ ବର୍ଷ କାର୍ଯ୍ୟ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ସଭା ଶେଷରେ ସଂଘର ସହକାରୀ ସଂପାଦକ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ସମାପନ ପରେ ସମସ୍ତ ସଦସ୍ୟ ଧାରଣା ସ୍ଥଳରେ ଆଗାମୀ ଯୋଜନା ସମ୍ବନ୍ଧରେ ଆଲୋଚନା କରିଥିଲେ । ଯାହାକି, ଉଚ୍ଚକର୍ତ୍ତୃପକ୍ଷଙ୍କୁ ଏହି ସଭାର ଏକ ବିବରଣୀ ପ୍ରଦାନ କରିବା ସହ ମହାମହିମ କୁଳାଧିପତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ଫାଇଭ- ଟି ସଚିବ ଓ ବିଭାଗୀୟ ସଚିବଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯିବ ଓ ତଦନୁଯାୟୀ ପ୍ରରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା ।

Leave A Reply

Your email address will not be published.