csstore

ବ୍ଲକସ୍ତରୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

ମ.ରାମପୁର, (ହେମନ୍ତ ସାହୁ) : କଳହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ତରଫରୁ ବ୍ଲକ ସ୍ତରୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହେଇଯାଇଛି । ସହଗୋଷ୍ଠୀ ଶିକ୍ଷାଧିକାରୀ ବେଣୁଧର କୁମାର କାର୍ଯ୍ୟକ୍ରମକୁ ଶୁଭଉଦଘାଟନ କରିବା ପରେ ବିଭିନ୍ନ ପ୍ରତିଯୋଗୀତା ମାନ ଆୟୋଜନ କରାଯାଇଥିଲା ପରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣୀ ତଥା ଉଦଯାପନୀ ଉତ୍ସବରେ ସହଗୋଷ୍ଠୀ ଶିକ୍ଷାଧିକାରୀ ସଂପତ୍ତି ଛୁରା, ସିଆରସିସି ବୀରେନ୍ଦ୍ର କୁମାର ରଥ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ପ୍ରହରାଜ, ଭିନ୍ନକ୍ଷମ ସଂଯୋଜିକା ଲିପିକା ଅପରାଜିତା ଉପସ୍ଥିତ ରହି ବିଶ୍ୱଭିନ୍ନକ୍ଷମ ଦିବସ ଅବସରରେ କେହି ବି ଆଜିର ଦୁନିଆଁରେ ଅକ୍ଷମ ନୁହଁନ୍ତି ଏଣୁ ସରକାର ଭିନ୍ନକ୍ଷମ ନାମ କରଣ କରିବା ସହିତ ଏଇମାନଙ୍କ ସ୍ୱାଭିମାନକୁ ସମ୍ମାନ ପ୍ରଦାନ କରିଛନ୍ତି ବୋଲି ମତପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅମର ଦୀପଙ୍କ ସମେତ ବିଆରଟି ହଳଧର ମେହେର, ସୁଦର୍ଶନ ସାହୁ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.