csstore

ଲୋଇସିଂହାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ବିଇଓ ସୁଶ୍ରୀ ରୀନାକୁମାରୀ ବେହେରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉତ୍ସବର ଶୁଭାରମ୍ଭ କରିଥିଲେ । ଏବିଇଓ ବ୍ୟାସଦେବ ରାୟ, ଋଷିମତି ତ୍ରିପାଠୀ, ଟଂକଧର ଭୋଇ, କିରାଣୀ ବୈଷ୍ଣବ ଷଡଙ୍ଗୀ, ସୋମନାଥ ବିଶ୍ୱାଳ, ସିଆରସିସି ପର୍ଶୁରାମ ସୁନା, ଯାଦବ ପଧାନ, ହେମନ୍ତ ନାଗ, ସୁଦାମ ପଧାନ, ଗୋବିନ୍ଦ ବେହେରା, ପବିତ୍ର ପଟେଲ, କେୟମ ଖାନ, ବିଆରଟି ବିଶ୍ଵବନ୍ଦିତା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଭିନ୍ନକ୍ଷମମାନେ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ ସେ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସିଆରସିସି ପର୍ଶୁରାମ ସୁନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏବିଇଓ ଟଂକଧର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.