oom

ବରଗଡ଼ ଜିଲ୍ଲାର ୨୨ଟି ହାଇସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ୨୨ ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଳି ଭାର୍ଚୁଆଲ ମୋଡରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଲୋକାର୍ପିତ କରିଥିଲେ । ଏହି ଅବସରରେ ସୋହେଲା ହାଇସ୍କୁଲ ପଡ଼ିଆରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ଜିଲ୍ଲାର ମନ୍ତ୍ରୀ ସୁଶାନ୍ତ ସିଂ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଜେପୁର ବିଧାୟିକା ରୀତା ସାହୁ, ସୋହେଲା ବ୍ଲକ ଲେବଡି ହାଇସ୍କୁଲର ଛାତ୍ରୀ ସ୍ମୃତି ରେଖା ସାହୁ ମଞ୍ଚାସୀନ ଥିଲେ । ଅତିଥିମାନେ ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ଉଚ୍ଚ ବିଦ୍ୟାଳୟଗୁଡ଼ିକର ରୂପାନ୍ତରୀଣରେ ବରଗଡ଼ ଜିଲ୍ଲାର ୨୨ ଟି ହାଇସ୍କୁଲକୁ ସାମିଲ କରାଯିବା ଖୁସିର କଥା । ଏହି ଯୋଜନାରେ ଆସନ୍ତା ଦିନରେ ଅବଶିଷ୍ଟ ସ୍କୁଲଗୁଡିକ ମଧ୍ୟ ସାମିଲ କରାଯିବ ବୋଲି କହିଥିଲେ । ଛାତ୍ରୀ ସ୍ମୃତିରେଖା ସାହୁଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧାସଳଖ କଥା ବାର୍ତ୍ତା ହୋଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଏହି ରୂପାନ୍ତର ଯୋଜନାରେ ସ୍କୁଲର ଅତ୍ୟାଧୁନିକ ଶୈଳୀରେ ପାଠପଢ଼ା ହେବାର ବ୍ୟବସ୍ଥା ସହ ପରିବେଶରେ ମଧ୍ୟ ବିଶେଷ ସ୍ବଚ୍ଛତା ରଖାଯାଏ । ଜିଲ୍ଲାର ୨୨ ହାଇସ୍କୁଲ ମଧ୍ୟରେ ବରଗଡ଼ ବ୍ଲକ ଓ ସହରାଞ୍ଚଳର ୩ଟି, ବରପାଲି ବ୍ଲକର ୬ଟି, ଅତାବିରାର ୩ଟି, ସୋହେଲା ବ୍ଲକର ୩ଟି, ଅମ୍ବାଭୋନାର ଗୋଟିଏ, ଭେଡେନ ବ୍ଲକର ୨ଟି, ପାଇକମାଳ ବ୍ଲକର ୧, ପଦ୍ମପୁର ର୩ଟି ଉଚ୍ଚ ବିଦ୍ୟାଳୟ ରହିଛି । ଉକ୍ତ ଲୋକାର୍ପଣ ଉତ୍ସବରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ସମେତ ଜିଲ୍ଲାର ‌ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ଛାତ୍ରଛାତ୍ରୀଙ୍କ ସମେତ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.