ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ ୨୮/୧୧/୨୧ରେ ଏନସିସିର ସୁବର୍ଣ୍ଣ ଜୟନ୍ତୀ ପାଳନ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଲଲିତେନ୍ଦୁ ନାୟକ ଏହି ଶିବିରକୁ ଉଦ୍ଘାଟନ କରିଥିଲେ । ଯୁବ ରେଡକ୍ରସର ପରାମର୍ଶଦାତା ପ୍ରାଧ୍ୟାପକ ବିଦ୍ୟାଧର ଦାଶ, ପ୍ରାଧ୍ୟାପିକା ଶ୍ରୀମତୀ ତପିନି ପଣ୍ଡା ଓ ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀ ଏହି ଶିବିରକୁ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ଯୁବ ଅଧ୍ୟାପକ ସଡ଼ାନନ୍ ଭୋଇ, ଅଧ୍ୟାପିକା ନିକିତା ଭୋଇ, କର୍ମଚାରୀ ଈଶ୍ୱର ବୁଡେକ୍ ଓ ରେଶମଲାଲ ସାହୁ ତଥା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୌଲସ୍ତ୍ୟ ସାହା, ଜଳି ପାତ୍ର, କୁସୁମ ବରିହା, ଗୌରବ ଚନ୍ଦ୍ର କାର, ରିକୁ ବେହେରା, ବିଜୟଦେବ ପ୍ରଧାନ, ଆଲୋକ ଖମାରୀ, ବିଭୂତି ରଞ୍ଜନ ଭୋଇ, ବ୍ୟାସଦେବ ଭାଇଁସାଲ ଓ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ସୌଭାଗ୍ୟ ମଞ୍ଜରୀ ବରିହା, ଅଭ୍ୟୁଦିତ୍ ସାହୁ, ଚିନ୍ତାମଣି ବରିହା, ଦିବସ କୁମାର ସାହୁ, ଅଭିରାମ ନାଗ, ରାଜୁ ସାହୁ ପ୍ରମୁଖ ରକ୍ତଦାନ କରିଥିଲେ । ଯୁବ ରେଡକ୍ରସ୍ର ସ୍ଵେଚ୍ଛାସେବୀ ଚନ୍ଦନ କୁମାର ସାହୁ, ରାକେଶ ହୋତା, ନିବେଦିତା ସାହୁ, ସ୍ଵପ୍ନରାଣି ବିଶ୍ଵାଳ ତଥା ବରିଷ୍ଠ ଲିପିକ ତିକରମ୍ ପଟେଲ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସମୁଦାୟ ୨୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଉପଖଣ୍ଡ ଚିକିତ୍ସାଳୟ, ପଦ୍ମପୁର ତରଫରୁ ମହାବିଦ୍ୟାଳୟର ରକ୍ତଦାନରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଧ୍ୟକ୍ଷଙ୍କୁ ଏକ ଟ୍ରଫି ପ୍ରଦାନ କରାଯାଇଥିଲା ।
Next Post