csstore

ହତ୍ୟା ଘଟଣାରେ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅଧିନସ୍ଥ, ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତର କଣ୍ଠିଆପଲ୍ଲୀ ଗ୍ରାମର ଗ୍ରାମ୍ୟ ସଭାପତି କେ.ଗୋବିନ୍ଦ ରେଡିଙ୍କ ହତ୍ୟାକାଣ୍ଡ ଘଟଣାରେ ତିନି ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ହତ୍ୟାକାଣ୍ଡରେ ଅଭିଯୁକ୍ତ କଣ୍ଠିଆ ପଲ୍ଲୀ ଗ୍ରାମର କେ. ମୁରଲୀ ରେଡି(୫୮), ତାଙ୍କ ପୁଅ କେ.ରବିନ୍ଦ୍ର ରେଡି(୨୦), ରାମଚନ୍ଦ୍ରପୁର ଗ୍ରାମର ଏ. ପୁରୁଷୋତ୍ତମ ରେଡି ଓରଫ କାଳିଆ(୩୨) ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ୟୁ/ଏସ ୩୦୨ /୩୪ ଆଇପିଏସ ଦଫାରେ କୋର୍ଟ ଚାଲାଣ କରାଯାଇଥିବା ରମ୍ଭା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗ୍ରାମ୍ୟ ସଭାପତି ମୁଖ୍ୟ ଅଭିଯୁକ୍ତ ମୁରଲୀଙ୍କୁ ଜମିଜମା ମାମଲାରେ ଗ୍ରାମ ସଭାରେ ୪ଲକ୍ଷ ଟଙ୍କାର ଅର୍ଥ ରାଶି ଜୋରିମାନା କରିଥିବା ଓ ବିଭିନ୍ନ ସମୟରେ ହଇରାଣ ହରକତ କରୁଥିବାରୁ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବା ପାଇଁ ଗତ ୨୬ ତାରିଖ ଭୋର ୩ଟା ବେଳେ ମଦ୍ୟପାନ କରି ରାସ୍ତାରେ ଛକି ରହିଥିଲେ । ଗ୍ରାମ୍ୟ ସଭାପତି ପ୍ରିତିଦିନ ପରି ଭୋର ୫.୦୦ ମିନିଟ ସମୟରେ ଚାହା ପିଇବାକୁ ସାଇକେଲ ଛୋଟାବସା ଛକକୁ ଯାଉଥିବା ବେଳେ ହଠାତ୍‌ ତାଙ୍କୁ ଟାଣି ଆଣି ମୁଣ୍ଡର ପଛପଟକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିବା ବୟାନ ରେକର୍ଡ କରାଯାଇଥିବା ବେଳେ ମୁଖ୍ୟଅଭିଯୁକ୍ତ ମୁରଲୀ ରେଡି କହିଥିବା ଜଣାପଡିଛି । ସୂଚନା ଥାଉକି ଗ୍ରାମ୍ୟ ସଭାପତି କେ.ଗୋବିନ୍ଦ ରେଡିଙ୍କ ଶବ ସହ ଛୋଟାବସା ଛକ ପୂର୍ବରୁ ରାସ୍ତା ପାର୍ଶ୍ୱସ୍ତ ବିଲରେ ପଡିଥିବା ଦେଖି ସ୍ଥାନୀୟ ଅଞ୍ଚଳବାସୀଙ୍କ ସହାୟତାରେ ପୁରୁଷୋତ୍ତମ ପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ପୁଅ କେ.ରାଜେନ୍ଦ୍ର ରେଡିଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ପକ୍ଷରୁ କେସ୍‌ ନମ୍ୱର ୫୪୮/୨୧ ରୁଜୁ କରି ତିନି ଅଭୁଯୁକ୍ତଙ୍କୁ ଥାନାରେ ଅଟକ ରଖି ତଦନ୍ତ କରିବା ପରେ ଅଭିଯୁକ୍ତମାନେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ନେଇ ମାନି ନେଇଥିଲେ ।

jayashree
Leave A Reply

Your email address will not be published.