କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଓ ନଗର ହାବେଳି ଓ ଡାମନ ଏବଂ ଦିଉରେ ବିଦ୍ୟୁତ ବିତରଣ ଓ ଖୁଚୁରା ଯୋଗାଣ ବ୍ୟବସାୟର ଘରୋଇକରଣକୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଓ ନଗର ହାବେଳୀ ଓ ଡାମନ୍ ଏବଂ ଦିଉ ଓ (ଡିଏନଏଚ୍ ଓ ଡିଡି)ରେ ବିଦ୍ୟୁତ ବିତରଣ ବ୍ୟବସାୟର ଘରୋଇକରଣ ପାଇଁ କମ୍ପାନୀ (ସ୍ବତନ୍ତ୍ର ଉଦ୍ଦେଶ୍ୟ ଭେଇକିଲ୍) ର ଗଠନ ସର୍ବାଧିକ ମୂଲ୍ୟ ପ୍ରଦାନ କରୁଥିବା ନୂତନ କମ୍ପାନୀକୁ ଇକ୍ବିଟି ସେୟାରର ବିକ୍ରି ଏବଂ କର୍ମଚାରୀଙ୍କୁ ସେମାନଙ୍କର ଦେୟତାକୁ ପୂରଣ କରିବା ପାଇଁ ଏକ ଟ୍ରଷ୍ଟର ଗଠନ ପାଇଁ ମଞ୍ଜୁରୀ ପ୍ରଦାନ କରିଛି । ଉକ୍ତ ଘରୋଇକରଣ ପ୍ରକ୍ରିୟା ଡିଏନଏଚ୍ ଓ ଡିଡିର ୧.୪୫ ଲକ୍ଷରୁ ଅଧିକ ଉପଭୋକ୍ତାଙ୍କୁ ଉନ୍ନତ ସେବା ତଥା ବିତରଣରେ ପରିଚାଳନାରେ ଉନ୍ନତି ଏବଂ କାର୍ୟ୍ୟଦକ୍ଷତା ସମ୍ବନ୍ଧିତ ଆବଶ୍ୟକ ପରିଣାମକୁ ପୂରଣ କରିବ ତଥା ସାରା ଦେଶରେ ଅନ୍ୟ ସେବା ପ୍ରଦାତା କମ୍ପାନୀଗୁଡ଼ିକୁ ଅନୁକରଣ ପାଇଁ ଏକ ମଡେଲ୍ ପ୍ରଦାନ କରିବ। ଏହାଦ୍ବାରା ପ୍ରତିଯୋଗୀତାରେ ବୃଦ୍ଧି ହେବ, ବିଦ୍ୟୁତ ଉଦ୍ୟୋଗକୁ ମଜବୁତି ମିଳିବ ଏବଂ ବକେୟା ପରିମାଣର ଆଦାୟରେ ସହାୟକ ହେବ । ମେ ୨୦୨୦ ରେ, ଭାରତ ସରକାର ଗଠନାତ୍ମକ ସଂସ୍କାର ମାଧ୍ୟମରେ ଭାରତକୁ ଆତ୍ମନିର୍ଭର କରିବା ପାଇଁ ‘ଆତ୍ମନିର୍ଭର ଭାରତ ଅଭିଯାନ’ ର ଘୋଷଣା କରିଛନ୍ତି। ସଂସ୍କାର ମଧ୍ୟରେ ଏକ ପ୍ରମୁଖ ପଦକ୍ଷେପ ହେଉଛି ବିଦ୍ୟୁତ ବିତରଣ ସେବା ପ୍ରଦାନକାରୀ କମ୍ପାନୀର ଘରୋଇକରଣ ମାଧ୍ୟମରେ କେନ୍ଦ୍ର ଶାସିତ ଅଞ୍ଚଳରେ ବିଦ୍ୟୁତ ବିତରଣ ଓ ଖୁଚୁରା ଯୋଗାଣରେ ଉନ୍ନତି ଆଣିବା ଯଦ୍ବାରା ବିଦ୍ୟୁତ ବିତରଣରେ ଘରୋଇ କ୍ଷେତ୍ରର ଦକ୍ଷତାର ଲାଭ ଉଠାଯାଇପାରିବ । ଏକ ଏକକ ବିତରଣ କମ୍ପାନୀ ଅର୍ଥାତ୍ ଡିଏନଏଚ୍ –ଡିଡି ପାୱାର ଡିଷ୍ଟ୍ରିବ୍ୟୁସନ କର୍ପୋରେସନ ଲିମିଟେଡ୍ର ସଂପୂର୍ଣ୍ଣ ମାଲିକାନାଯୁକ୍ତ ସରକାରୀ କମ୍ପାନୀ ଭାବରେ ସାମିଲ୍ କରାଯିବ ଓ ନୂତନ କମ୍ପାନୀରେ ସ୍ଥାନାନ୍ତରିତ କର୍ମଚାରୀମାନଙ୍କୁ ସେବା ଲାଭର ପରିଚାଳନା ପାଇଁ ଟ୍ରଷ୍ଟ (ସମୂହ)ର ଗଠନ କରାଯିବ । ଦାଦ୍ରା ଏବଂ ନଗର ହାବେଳୀ ଏବଂ ଡାମନ୍ ଏବଂ ଦିଉ ବିଦ୍ୟୁତ (ପୁନର୍ଗଠନ ଓ ସୁଧାର) ସ୍ଥାନାନ୍ତରଣ ଯୋଜନା ୨୦୨୦ ଅନୁସାରେ ନବଗଠିତ କମ୍ପାନୀରେ ସମ୍ପତ୍ତି, ଦାୟୀତ୍ବ, କର୍ମଚାରୀମାନଙ୍କୁ ସ୍ଥାନାନ୍ତରଣ କରାଯିବ ।

Leave A Reply

Your email address will not be published.