centurian jitm

ରାଜ୍ୟ ମହିଳା କମିଶନର ଆଇନ୍ ସଚେତନତା କାର୍ଯ୍ୟକ୍ରମ

nschool

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସମାଜରେ ମହିଳାମାନଙ୍କ ସହିତ ଘଟୁଥିବା ବିଭିନ୍ନ ଅପରାଧିକ ଏବଂ ହିପ୍ସସାତ୍ମକ ଘଟଣାରେ ମହିଳାମାନେ ସଶକ୍ତ ହୋଇ ଆଇନ୍‌ର ସହାୟତା ନେବା ନିତାନ୍ତ ଆବଶ୍ୟକ ବୋଲି ଆଜି ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ୍‌ଠାରେ ଅନୁଷ୍ଠିତ ଆଇନ୍ ସଚେତନତା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଡଃ ମିନତୀ ବେହେରା ପ୍ରକାଶ କରିଥିଲେ । ରାଜ୍ୟ ମହିଳା କମିଶନ ଓ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ଆଇନ୍ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ସେ କ‌ହିଲେ ଯେ, ଆଜି ପୁରୁଷ ମହିଳା ସମାନ ଭାବରେ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ସେଥିପାଇଁ ମହିଳା ନିଜକୁ ଅବଳା ବା ଦୁର୍ବଳା ଭାବିବା ଅନୁଚିତ୍‌ । ସମାଜରେ ସ୍ୱାଭିମାନ, ଶ୍ରଦ୍ଧା ଓ ସମ୍ମାନର ସହ ବଞ୍ଚିବାର ଅଧିକାର ପାଇଁ ତାକୁ ସଂଗ୍ରାମ କରିବାକୁ ହେବ ବୋଲି ସେ କହିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଯୋଗଦେଇ ମହିଳାମାନେ ନିଜ ଆତ୍ମ ବିଶ୍ୱାସକୁ ଜାଗ୍ରତ କରି ନିଜେ ସଚେତନ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରି ସରକାରଙ୍କ ଦ୍ଵାରା ପ୍ରଣୀତ ବିଭିନ୍ନ ଆଇନ୍‌ର ସାହାଯ୍ୟ ନେବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍‌ପି ପ୍ରଦ୍ୟୁମ୍ନ କୁମାର ମିଶ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତୀ ନଳିନୀ ପଣ୍ଡା, ମହିଳା କମିଶନର କ୍ଷେତ୍ର ଅଧିକାରୀ ଶ୍ରୀମତୀ ବିଜୟା ବରୁଆ, ସଦସ୍ୟା ସ୍ନେହଞ୍ଜଳି ମହାନ୍ତି, ସଦସ୍ୟା ଜଲିନା ପ୍ରିୟଦର୍ଶିନୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାଶ ପରିଚାଳନା କରିଥିଲେ । ଶେଷରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସପ୍ସଧ୍ୟାରାଣୀ ନେପାକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!