ସିନ୍ଦୁରବାହାଲ ଛକ ନିକଟରେ ଦୁର୍ଘଟଣା

csstore

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ନିକଟସ୍ଥ ସିନ୍ଦୁରବାହାଲ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସିନ୍ଦୁରବାହାଲ ଛକ ନିକଟରେ ଏକ ମାଲବାହୀ ଗାଡି (ସିଜି ୦୮ ଏଲ୍ ୩୭୧୯) କୌଣସି କାରଣ ଯୋଗୁଁ ଅଟକି ରହିଥିବା ବେଳେ ଚନ୍ଦନଭାଟି ପଟୁ ଟିଭିଏସ୍ ଷ୍ଟାର୍ ଗାଡି ନମ୍ବର ଓଆର୍ ୦୩ ସି ୪୫୮୫ରେ ସରଗାଡ ନିବାସୀ ରମେଶ ପଟେଲ ଏବଂ ତାଙ୍କ ସାଥୀ ବଲାଙ୍ଗିର ଅଭିମୁଖେ ଯାଉଥିବା ସମୟରେ ଅଟକି ରହିଥିବା ଗାଡ଼ିର ପଛପଟେ ପିଟି ହୋଇଥିଲେ । ଏଥିରେ ରମେଶ ପଟେଲଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସଦର ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ରମେଶଙ୍କୁ ଭୀମଭୋଇ ମେଡିକାଲ ହସ୍ପିଟାଲକୁ ନିଆଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.