jayashree

ସାଂପ୍ରତିକ ସ୍ଥିତିରେ ଆଇନ ଶିକ୍ଷାର ଉପାଦେୟତା ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟରେ ଚାଲିଥିବା ଦ୍ୱିଦିବସୀୟ ଜାତୀୟ ଆଲୋଚନାଚକ୍ରରେ ଦ୍ୱିତୀୟ ଦିନରେ ସାଂପ୍ରତିକ ସ୍ଥିତିରେ ଆଇନ ଶିକ୍ଷାର ଉପାଦେୟତା ଉପରେ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଅଧ୍ୟାପିକା ପ୍ରଜ୍ଞା ପରମିତା ପଣ୍ଡାଙ୍କ ସଂଯୋଜନା ଓ ଆଇନ ମହାବିଦ୍ୟାଳୟର ପରିଚାଳନା କମିଟିର ଅଧ୍ୟକ୍ଷ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନାଚକ୍ରରେ କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡଃ କମଲଜୀତ ସିଂହ ମୁଖ୍ୟ ଅତିଥି, ସମ୍ବଲପୁର ବିଶ୍ବବିଦ୍ୟାଳୟ ଆଇନ ବିଭାଗୀୟ ମୁଖ୍ୟ ପ୍ରଫେସର ଡଃ ମୀନକେତନ ସାହୁ ଓ କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ମୁଖ୍ୟ ପ୍ରଫେସର ଡଃ ସତ୍ୟନାରାୟଣ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ବରଗଡ ବିକାଶ ଆଇନ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ ବିକ୍ରମ କୁମାର ଦାସ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିବା ବେଳେ ପ୍ରାରମ୍ଭରେ ଅଧ୍ୟକ୍ଷ ଡଃ ଦେବେନ୍ଦ୍ର ନାଥ ବେହେରା ସ୍ୱାଗତ ଭାଷଣ ସହ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ପ୍ରଫେସର ଡଃ ସିଂହ ଆଲୋଚ୍ୟ ବିଷୟ ସଂପର୍କରେ ଆଲୋଚନା କରିବା ସହ ସାଂପ୍ରତିକ ସ୍ଥିତିରେ ଆଇନ ଶିକ୍ଷାର ଗୁରୁତ୍ୱ ବଢିଯାଇଥିବା ବେଳେ ନିଜ ଉପରେ ଭରସା ରଖି ଅଧ୍ୟୟନ ଓ ଗୁରୁଙ୍କ ଉପରେ ଅଧିକ ନିର୍ଭରଶୀଳ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ଶୀର୍ଷରେ ପହଞ୍ଚିବାକୁ ହେଲେ ଗୁଗୁଲ ନୁହେଁ ଶିକ୍ଷକଙ୍କର ଆବଶ୍ୟକତା ଅଛି । କାରଣ ଗୁରୁ ହେଉଛନ୍ତି ଜ୍ଞାନର ଭଣ୍ଡାର । ସେହିପରି ମହାବିଦ୍ୟାଳୟର ପାରିପାର୍ଶ୍ବିକ ଓ ଶୈକ୍ଷିକ ବାତାବରଣକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହା ରାଜ୍ୟର ତଥା ଦେଶର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ରୂପେ ପରିଚୟ ଲାଭ କରିବ ବୋଲି ଆଶା ପ୍ରକାଶ କରିଥିଲେ । ଅନ୍ୟ ଅତିଥିମାନେ କହିଥିଲେ ଯେ ଆଇନ ଶିକ୍ଷାର ପରିସର ଭାରତରେ ବହୁତ ଭଲ ରହିଥିଲେ ହେଁ କିଛିଟା ଖୁଣ ବି ରହିଛି । ଆମ୍ଭେମାନେ ଆଇନର ଛାତ୍ର ହିସାବରେ ନିଜକୁ କୌଣସି ପିଲାଙ୍କଠାରୁ କମ୍ ଭାବିବା ଉଚିତ ନୁହେଁ । ସେହିପରି ଶିକ୍ଷକମାନଙ୍କ ଦାୟିତ୍ୱ ଆଇନ ଶିକ୍ଷାକୁ ବ୍ୟାପକ ତଥା ଉଚ୍ଚକୋଟୀର କରିବା ଦରକାର । ଦ୍ୱିତୀୟ ପର୍ଯ୍ୟାୟରେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ରିଡର ପ୍ରଫେସର ଡଃ ବିଭୁରଂଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ଡଃ ପ୍ରୟାଗ ଦଣ୍ଡସେନା ଉପାଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ । ଶୁଭମ ଓରାମଙ୍କ ସଂଯୋଜନାରେ ରାଉରକେଲା ଓ ସମ୍ବଲପୁର ଆଇନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସୁଶ୍ରୀ ମୋନାଲିସା ସାହୁ, ତାରିଣୀ କିଙ୍କର ଦାସ, ବିଜୟ କୁମାର ଏକ୍କା, ସତ୍ୟଜିତ ମିଶ୍ର, ମୀନାକ୍ଷୀ ପାଣିଗ୍ରାହୀ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ । ଉଦଯାପନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡଃ ବେହେରାଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ସଂଜୀବ କୁମାର ମହାନ୍ତି ମୁଖ୍ୟ ଅତିଥି, ଆଲୁମନି ତଥା ସିଟୁର ସର୍ବଭାରତୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ଓ ଆଲୁମନି ଆସୋସିଏସନ୍‌ର ସଭାପତି ସୁମନ ଦତ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାଂପ୍ରତିକ ସ୍ଥିତିରେ ଆଇନ ଶିକ୍ଷା, ସମ୍ବିଧାନ ଓ ପରିବେଶ ସୁରକ୍ଷା ସଂପର୍କରେ ମତ ରଖିବା ସହ ଆଇନ ମହାବିଦ୍ୟାଳୟର ଇତିବୃତି ବିଷୟରେ କହିଥିଲେ । ପ୍ରାରମ୍ଭରେ ଡଃ ସଂପାଦିକା ମହାନ୍ତି ସ୍ୱାଗତ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୂଜା ଅଖତର ସଂଗୀତ ପରିବେଷଣ ତଥା ଆଇନ ମହାବିଦ୍ୟାଳୟର ଛାତ୍ରୀମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ମାନସ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ ଜିଲ୍ଲା ଆଇନ ସହାୟତା କେନ୍ଦ୍ରର ସଂପାଦକ ଶୁଭଶ୍ରୀ ପ୍ରଧାନ ଓ ଆଇନଜୀବୀ ସ୍ନେହଲତା ପଟେଲ, ଆଲୁମନି ଆସୋସିଏସନର ସର୍ବଶ୍ରୀ ଆନନ୍ଦ ଚନ୍ଦ୍ର ମହାନ୍ତି, ମନୋରଞ୍ଜନ ଦାଶ, ଗିରିଶ ମହାପାତ୍ର, ଧୀରେନ ସେନାପତି, ସୁନିଲ ବିଶି, ପ୍ରଶାନ୍ତ ସେଠୀ, କୈଳାଶ ପ୍ରଧାନ, ଚଣ୍ଡିପ୍ରସାଦ ଷଡଙ୍ଗୀ, ଦେବାଶିଷ ମହାନ୍ତି, ନରେଶ କୁମାର ମହାପାତ୍ର, କୁଞ୍ଜବିହାରୀ ରାଉତ, ଦୀପ୍ତିରଂଜନ ମହାନ୍ତି, ପ୍ରଦୀପ ପଟ୍ଟନାୟକ, ବିଜୟ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ମହାବିଦ୍ୟାଳୟର ତନ୍ମୟ ରାଜ ପାଢୀ, ଡଃ ଡି.କେ.ପଣ୍ଡା, ମନୋରଞ୍ଜନ ମହାନ୍ତି, ସୁଜାତା ନାୟକ, ଦେବାଶିଷ ବେହେରା, ଅକ୍ଷୟ ଦାଶ, ଅଜୟ ପାଣିଗ୍ରାହୀ, ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ମୋନାଲିସା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.