oom

କୁତମୁଣ୍ଡା ଗ୍ରାମର ଶତାଧିକ କର୍ମୀ ବିଜେଡିରେ ଯୋଗଦାନ କଲେ

jsmm

ପାଟଣାଗଡ, (ଗୋରେଖନାଥ ବରିହା) : ବିଜୁ ଜନତା ଦଳର ସୁପ୍ରିମୋ ତଥା ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ ଅନୁପ୍ରାଣିତ ହେବା ସହ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱ ପ୍ରତି ଆସ୍ଥା ରଖି ଦିନକୁ ଦିନ ବିଜେଡି ଦଳରେ କର୍ମୀ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଗତକାଲି କୁତମୁଣ୍ଡା ଗ୍ରାମର ଅର୍ଚ୍ଚିତା ଏଣ୍ଟରପ୍ରାଇଜେସ୍‌ର ମାଲିକ ଯୋଗେଶ୍ୱର ମେହେରଙ୍କ ସହ ଶତାଧିକ କର୍ମୀ ମାନେ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ । ଏହାପରେ ଆଗାମୀ ଦିନର କାର୍ଯ୍ୟପନ୍ଥା ଓ ସଂଗଠନ ବିଷୟରେ ଆଲୋଚନା ପାଇଁ ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଦଳରେ ନୂତନ ଭାବେ ଯୋଗଦାନ କରିଥିବା ବିଜେଡି କର୍ମୀମାନଙ୍କୁ ଉତ୍ସାହିତ କରିଥିବା ସହ ଦଳକୁ ତୃଣମୂଳ ସ୍ତରରେ ମଜଭୁତ କରିବା ପାଇଁ ସମସ୍ତ କର୍ମୀମାନଙ୍କୁ ବିଧାୟକ ଶ୍ରୀ ମେହେର ପରାମର୍ଶ ଦେଇଥିଲେ ।

jittmm
Leave A Reply

Your email address will not be published.