pakka

ପ୍ରଗତିଶୀଳ ପଣ୍ଡରା ଯୁବା ମଞ୍ଚର ପ୍ରଥମ ଯୁବ ସମ୍ମିଳନୀ ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଗତିଶୀଳ ପଣ୍ଡରା ଯୁବା ମଞ୍ଚର ପ୍ରଥମ ଯୁବା ଚିନ୍ତନ ସମ୍ମିଳନୀ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ପଶ୍ଚିମଓଡିଶାର ୭ଟି ଜିଲ୍ଲାରୁ ପଣ୍ଡରା, ପଣ୍ଡରାମାଳି ଓ ମାଳି ଜାତିର ବରିଷ୍ଠ ନେତୃବୃନ୍ଦ, ସଂଗଠକ ତଥା ଚିନ୍ତାଶୀଳ ବ୍ୟକ୍ତିତ୍ୱ ଯୋଗଦେଇ ଜାତିର ଅସ୍ମିତା, ସଂହତି ଓ ପ୍ରଗତି ଉପରେ ଚିନ୍ତନ କରିଥିଲେ । ସକାଳ ୮ଟାରେ ଏକ ଶୋଭାଯାତ୍ରାରେ ଜାତିର ଇଷ୍ଟଦେବୀ ମାଁ ସମଲେଶ୍ୱରୀ ଓ ମାଁ ପାଟଣେଶ୍ୱରୀଙ୍କ ପୀଠରୁ ଏକ ଜ୍ୟୋତିଯାତ୍ରା ବାହାରି ସାମ୍ବାଦିକ ଭବନ ପହଞ୍ଚିଥିଲା ।

ସଭାର ପ୍ରଥମ ଅଧିବେଶନରେ ପ୍ରଗତିଶୀଳ ଯୁବା ମଞ୍ଚ ତରଫରୁ ଜାତିର ବରେଣ୍ୟ ବ୍ୟକ୍ତିତ୍ୱଙ୍କୁ ତାଙ୍କର ଆଜୀବନ ଉପଲବ୍ଧି ପାଇଁ ସମ୍ମାନିତ କରାଯାଇଥିଲା । ଏହାସହିତ ଯୁବାମଞ୍ଚର ସାହିତ୍ୟ ପତ୍ରିକା “ଦହନା”ପଣ୍ଡରା ଜାତି ଉଦ୍ଦେଶ୍ୟରେ ସର୍ମପିତ ସହ ପଣ୍ଡରା ସମାଜର ଓ୍ବେବସାଇଟ www.pandarasamaja.com ଏବଂ ଏକ ୟୁଟୁବ ଚ୍ୟାନେଲ “ଆସ ଗଢମା”କୁ ମଧ୍ୟ ଶୁଭାରମ୍ଭ କରାଯାଇଥିଲା । ବିଶିଷ୍ଟ ବକ୍ତାମାନେ ପ୍ରଗତିଶୀଳ ଯୁବାମଞ୍ଚର ଆବଶ୍ୟକତା ଉପରେ ମତ ବ୍ୟକ୍ତ କରିଥିଲେ । ପ୍ରଗତିଶୀଳ ଯୁବା ମଞ୍ଚକୁ ଆଗେଇ ନେବା ପାଇଁ ସମସ୍ତ ସଦସ୍ୟ ମତବ୍ୟକ୍ତ କରିଥିଲେ । ଏହି ପ୍ରଥମ ଯୁବଚିନ୍ତନ ସମ୍ମିଳନୀକୁ ଡେଭିସ ସାହା, ନରୋତ୍ତମ ସାହା, ରଘୁରାଜ ସେନାପତି, ବଲାଙ୍ଗିର ସହରାଞ୍ଚଳ ପଣ୍ଡରା ସମାଜର ସହାୟତାରେ ସମ୍ମିଳନୀକୁ ସୂଚାରୁ ରୂପେ ସଂପାଦନ କରିଥିଲେ । ଏହି ସମ୍ବିଳନୀରେ ବିରେଦ୍ର ଦେହୁରୀ, ଅବିନାଶ ଦିଶ୍ରି, ଭୋପାଲ ବୁଡେକ, ବୁଦ୍ଧଦେବ ବିଶି, ସୁରେଶ ଚୌହାନ ଓ ଯୁବ ସାମ୍ବାଦିକ ତରୁଣ ସାହୁ ମଧ୍ୟ ସହଯୋଗ କରିଥିଲେ । ଏହି ପ୍ରଥମ ଯୁବ ଚିନ୍ତନ ସମ୍ମିଳନୀରେ ପଣ୍ଡରା ଜାତିର ୭ଟି ମହାକେନ୍ଦ୍ର ଓ ୩୫ଟି ଉପକେନ୍ଦର ସଭାପତି ଓ ସଂପାଦକମାନେ ମଧ୍ୟ ଯୋଗଦେଇ ସମ୍ମିଳନୀକୁ ସଫଳ କରିଥିଲେ ।

jay balangir
Leave A Reply

Your email address will not be published.

five × four =

error: Content is protected !!