ପତାଞ୍ଜଳି ପ୍ରଶିକ୍ଷଣ କେନ୍ଦ୍ରର ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ପାଠାଗାରସ୍ଥିତ ପତାଞ୍ଜଳି ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ପ୍ରଫେସର ଜେ.କେ.ରାଓଙ୍କ ସଭପତିତ୍ୱ, ଯୋଗଗୁରୁ ତଥା ପାଠାଗାରର ସାଧାରଣ ସଂପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ମଂଚ ସଂଯୋଜନାରେ ଯୋଗଗୁରୁ ଅକୃର ମାର୍ଥା, ଡଃ ଶିବଶଙ୍କର ଦାସ ଓ ପାଠାଗାରର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରା ଅତିଥି ଭାବେ ଯୋଗଦେଇ ଯୋଗର ଗୁରୁତ୍ୱ ଓ ମହତ୍ତ୍ଵ ସଂପର୍କରେ ଆଲୋଚନା କରିଥିଲେ । ଶ୍ରୀ ବେହେରା ଅନୁଷ୍ଠାନ ସଂପର୍କରେ କହିବା ସହ ପ୍ରଶିକ୍ଷଣ କେନ୍ଦ୍ର ୧୬ତମ ବାର୍ଷିକୋତ୍ସବ ପାଳନ କରୁଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଡଃ ଦାସ ଯୋଗ କାହିଁକି କରିବା ସେ ସଂପର୍କରେ କହିବା ସହ ଜିଜ୍ଞାସା, ଅଭ୍ୟାସ, ଅସ୍ମିତା ଓ ଅଭିନିବେଶ ସଂପର୍କରେ ଆଲୋଚନା କରିଥିଲେ । ଗୁରୁ ଶ୍ରୀ ମାର୍ଥା ଦିନଚର୍ଯ୍ୟା, ଯୋଗ ଓ ଆହାର ଉପରେ କିପରି ନିୟନ୍ତ୍ରଣ ରହିବ ସେ ସଂପର୍କରେ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଯୋଗଦେଇଥିବା ବେଳେ ଶେଷରେ ଶ୍ରୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.