csstore

ଗତ ୨୪ ଘଂଟାରେ ୩୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୫୧ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୨୩୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୩୦ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ବାଲେଶ୍ୱରରୁ ୩, ଭଦ୍ରକରୁ ୧, ବଲାଙ୍ଗିରରୁ ୧୦, କଟକରୁ ୩୨, ଢେଙ୍କାନାଳରୁ ୪, ଗଜପତିରୁ ୧, ଗଞ୍ଜାମରୁ ୪, ଜଗତସିଂହପୁରରୁ ୪, ଯାଜପୁରରୁ ୯, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୧, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୮, ଖୋର୍ଦ୍ଧାରୁ ୧୫୨, ମାଳକାନଗିରିରୁ ୧, ମୟୁରଭଂଜରୁ ୨୮, ନୟାଗଡରୁ ୩, ପୁରୀରୁ ୨, ରାୟଗଡାରୁ ୧, ସମ୍ବଲପୁରରୁ ୭, ସୋନପୁରରୁ ୧, ସୁନ୍ଦରଗଡରୁ ୬ ଓ ଷ୍ଟେଟ ପୁଲ୍‌ରୁ ୩୫ ଚିହ୍ନଟ ହୋଇଛନ୍ତି ।

jayashree
Leave A Reply

Your email address will not be published.