csstore

କ୍ଲିନ୍ ଆଣ୍ଡ ଗ୍ରୀନ୍‌ର ସଫେଇ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱଚ୍ଛତା ଓ ପରିବେଶକୁ ଗୁରୁତ୍ୱ ଦେଉଥିବା ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ଅନୁଷ୍ଠାନ ତରଫରୁ ସେକ୍ଟର ୨୦ ବୈକୁଣ୍ଠ ଘାଟ ପରିସରକୁ ପରିଷ୍କାର କରାଯାଇଛି । ଅନୁଷ୍ଠାନର ସଭାପତି ଡାକ୍ତର ଦେବେନ୍ଦ୍ର ସେଠୀ ଓ ସାଧାରଣ ସଂପାଦକ ପ୍ରଦୀପ କୁମାର ଦାସଙ୍କ ନେତୃତ୍ଵ ତଥା ସଂଗଠନ ସଂପାଦକ ହିମାଂଶୁ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟ ସମାପନ କରାଯାଇଥିଲା । ଦୀର୍ଘ ଦିନ ହେବ ଅଳିଆ ଆବର୍ଜନା ପଡିରହି ଘାଟଟିରେ ଏକ ଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଏବେ ତା’ ପୂର୍ବ ରୂପ ଫେରି ପାଇଥିବାରୁ ଜନସାଧାରଣ ଅନୁଷ୍ଠାନକୁ ସାଧୁବାଦ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ସର୍ବଶ୍ରୀ ସୁମନ୍ତ ଉପାଧ୍ୟାୟ, ଅଶୋକ କୁମାର ପଟ୍ଟନାୟକ, ମନୋଜ ନାୟକ, ପ୍ରଦୀପ ପଟ୍ଟନାୟକ, ବିଭୁତି ଭୂଷଣ ବିଶ୍ବାଳ, ରତନ ପଟ୍ଟନାୟକ, ପ୍ରଦୀପ୍ତ ଭୋଇ, ପ୍ରଫୁଲ୍ଲ ପାତ୍ର, ଚନ୍ଦ୍ରକାନ୍ତ ନାୟକ, ଅନନ୍ତ ପଟ୍ଟନାୟକ, ଜ୍ଞାନଜିତ ଦାସ, ପିତାମ୍ବର ସେଠୀ, ସୁକୁ କିଣ୍ଡୋ, ନୀରଜ ମିଶ୍ର, ସନ୍ତୋଷ ସାମଲ, ଧୀରେନ୍ଦ୍ର ଦାସ, ବିଶିକେସନ, ଦିନେଶ ସିଂହ, କୃତିବାସ ମିଶ୍ର, ଅକ୍ଷୟ ଜେନା, ପ୍ରଦୀପ ପାତ୍ର, କିଶୋର ଚୌଧୁରୀ, ଅଶୋକ ପଟେଲ, ମୀନତି ବେହେରା, ଗୀତାଞ୍ଜଳୀ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.