ଦୀର୍ଘ ବର୍ଷ ପରେ ବନ୍ଧୁ ମିଳନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୋନପୁର ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ଅଧ୍ୟୟନ କରି ୧୯୮୫ ମସିହାରୁ ବନ୍ଧୁତ୍ୱ ଅତୁଟ ରଖିଥିବା ପୁରୁଣା ବଂଧୁମାନେ ଦୀର୍ଘ ବର୍ଷ ପରେ ସୁବର୍ଣ୍ଣପୁରସ୍ଥ ସୁବର୍ଣ୍ଣମେରୁ ମନ୍ଦିରରେ ଏକତ୍ରିତ ହୋଇଥିଲେ । ସୁଦାମ ଚରଣ ସାହୁ ଓ ଗୋପାଳ ଚରଣ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବନ୍ଧୁମିଳନ ଉତ୍ସବରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଏହି ଅବସରରେ ଇହଧାମ ତ୍ୟାଗ କରି ସାରିଥିବା ଦିବଂଗତ ବନ୍ଧୁ ମହେନ୍ଦ୍ର କୁମାର ମିଶ୍ର, ଭାସ୍କର ଦାଶ ଓ ନୀଳେନ୍ଦ୍ରି ସାହୁଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ବହୁବର୍ଷ ପରେ ମିଳିତ ହୋଇଥିବା ବନ୍ଧୁମାନେ ନିଜ ନିଜ ପରିବାର ବିଷୟରେ ପରସ୍ପର ଅବଗତ ହେବା ସହ ପୁରୁଣା ଦିନର ସ୍ମୃତିକୁ ଉଖାରି ଭାବ ଗଦଗଦ ହୋଇଥିଲେ । ଗୀତ ବାଦ୍ୟ ନୃତ୍ୟ ଓ ଅଭିନୟର ଆସର ଓ ଭୋଜିଭାତର ସ୍ୱତନ୍ତ୍ର ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ବନ୍ଧୁ ମିଳନ ପର୍ବରେ ରାଜ୍ୟ ସରକାରଙ୍କର ପ୍ରୋଜେକ୍ଟ ଏଡମିନିଷ୍ଟ୍ରେଟର ଭାବେ ଭବାନି ପାଟଣାରେ ଅବସ୍ଥାପିତ ବରଂଚି ନାରାୟଣ ଦରୁୱାନ, ଡକ୍ଟର ପୁରୁଷୋତ୍ତମ ମିଶ୍ର, ଡକ୍ଟର ସୌରଭ ରଂଜ ଖମାରୀ, ବାଉଁଶୁଣୀ ମାବିଦ୍ୟାଳୟ ଅଧ୍ୟକ୍ଷ ଅନିରୁଦ୍ଧ ମହାକୁଡ, ପିକାଶ୍ରୀ ରବୀନ୍ଦ୍ର ଠେଟୁଆଲ୍, ପ୍ରବୀର ରଥ, ବସନ୍ତ କୁମାର ଦାଶ, ଅଧ୍ୟାପକ ପ୍ରକାଶ ମହାକୁଡ, ଅଧ୍ୟାପିକା ଭାରତୀ ଦର୍ଜି, ଅଧ୍ୟାପିକା ସଂଜୁରାଣୀ ସିଂ ଆଦି ପୁରୁଣା ବନ୍ଧୁମାନେ ଉତ୍ସବରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.