ସିୟଲ ସମାଜର ବାର୍ଷିକ ଉତ୍ସବ ଅନୁଷ୍ଟିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବ୍ଲକ ଗୋଡଭଗା ସ୍ଥିତ ମା’ ସମଲେଶ୍ଵରୀ ମନ୍ଦିର ପରିସରରେ ଯୁବ ସାମ୍ବାଦିକ ସୌମ୍ୟ ବେହେରାଙ୍କ ଆହ୍ୱାନ କ୍ରମେ ବରଗଡ଼ ଜିଲ୍ଲା ସିୟଲ ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ସିୟଲ ସମାଜର ବରିଷ୍ଠ ତଥା ପୂର୍ବତନ ବିଧାୟକ କୁମର ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସିୟଲ ସମାଜର ରାଜ୍ୟ ସଂଯୋଜକ ଭରତ ବେହେରା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ସିୟଲ ସମାଜର ସଭାପତି ଉମେଶ ବେହେରା ମଞ୍ଚ ପରିଚାଳନା କରିଥିଲେ । ଟୋପ ହାଇସ୍କୁଲର ବିଜ୍ଞାନ ଶିକ୍ଷୟିତ୍ରୀ ଅନୁସୂୟା ଦେବତା, ପର୍ବତାରୋହୀ ଲିପିକା ସେଠ ଓ ସଦସ୍ୟ ପ୍ରଫୁଲ୍ଲ ବେହେରା ସମ୍ମାନିତ ଅତିଥି ଭାବେ ମାଞ୍ଚାସୀନ ଥିଲେ । ନିମନ୍ତ୍ରିତ ଅତିଥିମାନଙ୍କ ଦ୍ଵାରା ଇଷ୍ଟ ଦେବୀ ମା’ ଦୁର୍ଗାଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ ଓ ଭକ୍ତି ସୁମନ ଅର୍ପଣ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ପ୍ରଥମେ ସ୍ୱର୍ଗତ ଲିଙ୍ଗରାଜ ବେହେରାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।ଏହାପରେ ମଞ୍ଚାସୀନ ଅତିଥିମାନେ ନିଜ ନିଜ ଅଭିଭାଷଣରେ ତଥା ମୁଖ୍ୟ ବକ୍ତା ସିୟଲ ସମାଜର ବହୁବିଧ ଉନ୍ନତି ପାଇଁ ମିଳିତ ଭାବେ କାମ କରି ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ଏକତା ବଜାୟ ରଖିବା, ପରସ୍ପର ମଧ୍ୟରେ ସହଯୋଗର ହାତ ବଢ଼ାଇ ତାକୁ ସମାଜରେ ପ୍ରତିଷ୍ଠିତ କରିବା ପାଇଁ ପ୍ରୟାସ ଜାରି ରଖିବା ପାଇଁ ଆହ୍ୱନ ଜଣାଇଥିଲେ । ଏହି ଅବସରରେ ଜନସେବା କଲ୍ୟାଣ ଟ୍ରଷ୍ଟର ପ୍ରତିଷ୍ଠାତା ମୁକୁନ୍ଦ ଦାଶଙ୍କୁ ଯୋଦ୍ଧା ସମ୍ମାନ, ଶିକ୍ଷୟିତ୍ରୀ, ସମାଜ ସେବୀ ତଥା କବୟିତ୍ରୀ ଅନୁସୂୟା ଦେବତାଙ୍କୁ ସେବା ସାରସ୍ଵତ ସମ୍ମାନ, ସାମ୍ବାଦିକ ନବୀନ ଦାଶ ଓ ସୌମ୍ୟ ବେହେରାଙ୍କୁ ଯୁବ ସାମ୍ବାଦିକ ସମ୍ମାନ, ପର୍ବତାରୋହି ଲିପିକା ସେଠଙ୍କୁ ପ୍ରତିଭା ସମ୍ମାନ, କୋଶଲି ସମ୍ବଲପୁରୀ କବି କିଶୋର ପାତ୍ରଙ୍କୁ ଯୁବ କବି ସମ୍ମାନ ଓ ବରଗଡ଼ର ଅଲିସା ଅଗ୍ରୱାଲ, ବଳରାମ ସାହୁ ଓ ଯତୀନ ସାହୁଙ୍କୁ କଳାକାର ସମ୍ମାନ ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସିୟଲ ସମାଜର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିବା ବେଳେ ସମ୍ପାଦକ ରାମଚନ୍ଦ୍ର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା କୁନି କୁନି କଳାକାରମାନଙ୍କ ସମ୍ବଲପୁରୀ ନୃତ୍ୟର ତାଳେ ତାଳେ ସିୟଲ ସମାଜ ଝୁମି ଉଠିଥିଲା । ଜିଲ୍ଲାର କୋଣ ଅନୁକୋଣରୁ ସିୟଲ ସମାଜର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.