csstore

ମମିତା ମେହେର ଏବଂ ଗୋବିନ୍ଦ କୁମ୍ଭାର ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବୀରେ କଂଗ୍ରେସର ରାସ୍ତା ଅବରୋଧ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ତୋରା ଗ୍ରାମର ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଘଟଣାର ତଦନ୍ତ ଇତିମଧ୍ୟରେ ଶୀତଳ ଭଣ୍ଡାରକୁ ଚାଲିଯାଇଥିବା ବେଳେ ମହାଲିଙ୍ଗ ସନସାଇନ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାର ତଦନ୍ତ ମଧ୍ୟ ଠିକ୍ ଭାବରେ ହୋଇପାରୁନାହିଁ ବୋଲି ପ୍ରତିବାଦ କରି ଆଜି ସନ୍ଧ୍ୟାରେ ବରଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଗୋଶାଳା ଛକଠାରେ ରାସ୍ତା ଅବରୋଧ କରିଥିଲେ । ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ନେତୃତ୍ୱରେ ଆଜି ତୋରା ଗ୍ରାମରେ ଥିବା ମୃତ ଗୋବିନ୍ଦ କୁମ୍ଭାରଙ୍କ ପରିବାର ଲୋକଙ୍କୁ ନ୍ୟାୟ ପ୍ରଦାନ ଦାବୀ କରିଥିଲେ । ମୃତ ଗୋବିନ୍ଦ କୁମ୍ଭାରଙ୍କ ବିଧାବା ପତ୍ନୀଙ୍କ ସମେତ ତାଙ୍କ ପରିବାର ଲୋକେ ରାସ୍ତା ରୋକ ଆନ୍ଦୋଳନରେ ବସିଥିଲେ । ସେହିପରି ମହାଲିଙ୍ଗ ସନସାଇନ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାର ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଓ ଉଭୟ ଘଟଣାର ସିବିଆଇ ତଦନ୍ତ ଦାବୀ କରାଯାଇଥିଲା । ରାସ୍ତା ଅବରୋଧରେ ନିପନ ଦାଶ, ବ୍ରହ୍ମା ମହାକୁଡ଼, ପ୍ରତାପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ତିନି ଦିନ ଧରି ଉକ୍ତ ଛକରେ କୋସଲ ସେନା କର୍ମୀମାନେ ସମାନ ଦାବୀରେ ଆମରଣ ଅନଶନରେ ବସିଛନ୍ତି ।

jayashree
Leave A Reply

Your email address will not be published.