csstore

ରକ୍ତଦାନ ଶିବିର ପାଇଁ ବିଜେଡିର ପ୍ରାକ୍‌ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ମା’ ପାଦୁକାଇ ମନ୍ଦିର ପରିସରରେ ବ୍ଲକସ୍ତରୀୟ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର ପାଇଁ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ମୁଖ୍ୟ ଅତିଥିଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ସର୍ବ ସମ୍ମତିକ୍ରମେ ଆସନ୍ତା ନଭେମ୍ବର ମାସ ୭ ତାରିଖରେ ମଲଡ ପଞ୍ଚାୟତ ଅନ୍ତର୍ଗତ ଲୁଙ୍ଗୁରୀ ବାତ୍ୟା ଆଶ୍ରୟ ସ୍ଥଳୀଠାରେ ରକ୍ତଦାନ ଶିବିର ଆୟୋଜିତ କରାଯିବା ପାଇଁ ସ୍ଥିରୀକୃତ କରାଯାଇଥିଲା । ବିଭିନ୍ନ ପଞ୍ଚାୟତରୁ ବହୁ ସଂଖ୍ୟାରେ ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କୁ ନେଇ ଶିବିରରେ ରକ୍ତଦାନ କରାଇବାକୁ ବିଜେଡି ନେତା ଓ କର୍ମୀମାନେ ଦାୟିତ୍ୱ ଗ୍ରହଣ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା । ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଘୁନାଥ ସାହୁ, ସରପଞ୍ଚ ନିରଞ୍ଜନ ରେଡି, ଚନ୍ଦ୍ର ମୋହନ ସାହୁ, ପ୍ରଭାତ ସେଠି, ସୁରଥ ପାହାନ, ଶ୍ୟାମା ରେଡି, ସଦାଶିବ ଦାଶ, ଛାୟାକାନ୍ତ ପ୍ରଧାନ, ରଞ୍ଜିତ ପଲାଇ, ସାନୁ ମହାପାତ୍ର, ବ୍ଲକ ଛାତ୍ର ସଭାପତି ଯୋଗେନ୍ଦ୍ର ରେଡି ପ୍ରମୁଖ ବିଜେଡି ନେତୃବୃନ୍ଦଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.