csstore

ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ବିଜେପୁର ଭୁଲିଆ ସମାଜର ବିକ୍ଷୋଭ ଓ ଦାବୀପତ୍ର ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ସିବିଆଇ ତଦନ୍ତ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ଦାବୀରେ ଆଜି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଭୁଲିଆ ମେହେର ସମାଜ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ଦାବୀପତ୍ର ସ୍ଥାନୀୟ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା । ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଭୁଲିଆ ମେହେର ସମାଜର ସଭାପତି ହୃଷିକେଶ ମେହେର ଅଧକ୍ଷତା କରିଥିବା ବେଳେ ଜିତେନ୍ଦ୍ରିୟ ମେହେରଙ୍କ ସଂଯୋଜନାରେ ମା’ ସମଲେଶ୍ୱରୀଙ୍କ ତୈଳଚିତ୍ରରେ ପୂଜାର୍ଚ୍ଚନା କରି ଜାତିର ଭଉଣୀ ମମିତା ମେହେରଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ନୀରବ ପ୍ରାଥନା କରାଯାଇଥିଲା । ପରେ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସମାଜର ସଭ୍ୟସଭ୍ୟାମାନେ ଶୋଭାଯାତ୍ରାରେ ତହସିଲ କାର୍ଯ୍ୟାଳୟ ପହଞ୍ଚିଥିଲେ । ସେଠାରେ ଏକ ୭ଦଫା ସମ୍ମିଳିତ ଦାବୀପତ୍ର ତହସିଲଦାରଙ୍କୁ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.