csstore

ମନରେଗା ଦୁର୍ନୀତିର ଛାପକୁ ଲୁଚାଇବାର ଆପ୍ରାଣ ଉଦ୍ୟମ : ସାଧାରଣରେ ଆଲୋଚନା

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ବ୍ଲକର ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଟଙ୍କପାଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚୋରମୁଡା ଗ୍ରାମର ବନ୍ଧନାଳା କାମରେ ହୋଇଥିବା ଦୁର୍ନୀତିର ଛାପକୁ ଲୁଚାଇବାର ଆପ୍ରାଣ ଉଦ୍ୟମ ଜାରି ରହିଥିବା ବେଳେ ଏହି ଦୁର୍ନୀତିକୁ ଚପାଇ ଦେବା ପାଇଁ ନେପଥ୍ୟରେ ବ୍ଲକ ପ୍ରଶାସନରେ ଥିବା କିଛି କର୍ମଚାରୀଙ୍କ ହାତ ଥିବା ଆଲୋଚନା ହେଉଛି । ଗୋଟିଏ ପଟେ ଚୋରମୁଡା ବନ୍ଧନାଳାରେ ୮ଲକ୍ଷ୍ୟ ଟଙ୍କାରୁ ୬ ଲକ୍ଷ୍ୟ ୧୨ ହଜାର ୯୯୪ ଟଙ୍କାର ବିଲ୍ ଉଠାଣ କରାଯାଇଥିବା ବେଳେ, କମ୍‌ କାମରେ ଏତେ ଟଙ୍କା କିପରି ଉଠିଲା ବୋଲି ଅଭିଯୋଗ ଆସିଛି କ୍ଷ ଅନ୍ୟପକ୍ଷ୍ୟରେ ତଦନ୍ତରେ ବିଳମ୍ବ ହେଉଥିବାରୁ ଦୁର୍ନୀତିରେ ସାମିଲ ଥିବା କିଛି ପ୍ରଶାସନିକ କର୍ମଚାରୀ ବନ୍ଧନାଳାରେ ହୋଇଥିବା ଦୁର୍ନୀତିକୁ ଚପାଇ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ପ୍ରଥମତଃ ବିନା ସୂଚନା ଫଳକରେ ହୋଇଥିବା କାର୍ଯ୍ୟରେ ବିଲ କେମିତି ହେଲା ଏବଂ ଦୁଇଦିନ ତଳେ ସୂଚନାଫଳକ କେମିତି ତିଆରି କଲେ ତା’ ଅର୍ଥ ନକଲି ସୂଚନାଫଳକ କାଗଜପତ୍ରରେ ଦେଖେଇ ବିଲ୍ ପାସ୍ କରିଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଚୋରମୁଡା ବନ୍ଧନାଳାରେ ଦୁର୍ନୀତିକୁ ଚପାଇବା ପାଇଁ ଗାଁ ସାଥୀ ଠୁ ଆରମ୍ଭ କରି ଉପର ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କର ହାତ ରହିଥିବା ଆଲୋଚନା ହେଉଛି । ଗୋଟିଏ ପଟେ ତଦନ୍ତର ଆଳ ଦେଖାଇ ସମୟ ଗଡ଼ାଇ ଚାଲିଥିବା ଯୋଗୁଁ ତଦନ୍ତରେ ଶିଥିଳତାର ପ୍ରଭାବ ଦେଖିବାକୁ ମିଳୁଛି, ଯାହାକି ଦୁର୍ନୀତିରେ ସାମିଲ ଥିବା ଅଧିକାରୀମାନଙ୍କୁ, ଦୁର୍ନୀତିକୁ ଚପାଇବାରେ ସହଯୋଗ କରୁଛି ବୋଲି ଅଭିଯୋଗ ହେଉଛି ।

jayashree
Leave A Reply

Your email address will not be published.