ୟୁବୋଦୟ କଲେଜ୍ ଲେଡିଜ୍‌ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ୟୁବୋଦୟ କଲେଜ୍ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ସକ୍‌ମା ସ୍ଥିତ ୟୁବୋଦୟ କଲେଜ୍ ଅଫ୍‌ ଆଡଭାନ୍ସଡ୍‌ ଟେକ୍ନୋଲଜି କଲେଜର ଲେଡିଜ୍‌ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତ ଛାତ୍ରୀ ଜଣଙ୍କ ହେଲେ ବରଗଡ ଜିଲ୍ଲା ଦହେତା ଗାଁର ମହିରାମ ମେହେରଙ୍କ ଝିଅ ଆଶା ମେହେର ବୋଲି ଜଣାପଡିଛି । ମଙ୍ଗଳବାର ସନ୍ଧ୍ୟାରେ ଆଶାଙ୍କ ମୃତଦେହ ହଷ୍ଟେଲ୍‌ ରୁମ୍‌ରୁ ଉଦ୍ଧାର ହୋଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ୟୁବୋଦୟ କଲେଜରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷରେ ପାଠ ପଢୁଥିବା ଆଶାଙ୍କ ହାତରେ କଟା ଦାଗ ଥିବାବେଳେ ବ୍ୟାଣ୍ଡେଜ୍‌ ଲଗା ଯାଇଥିବା ଦେଖିବାକୁ ମିଳିଛି । କଲେଜ କର୍ତ୍ତୃପକ୍ଷ ପୋଲିସକୁ ଏ ସମ୍ପର୍କରେ ଖବର ଦେବା ପରେ ପୋଲିସ ଏବଂ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିବା ବେଳେ ମୃତ ଆଶାଙ୍କ ଶବ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଥିବା ମଧ୍ୟ ଜଣାପଡ଼ିଛି ।

Leave A Reply

Your email address will not be published.