jsm

ମ୍ୟାଲେରିଆରୁ ରକ୍ଷା ନିମନ୍ତେ ଛାତ୍ରବାସର ଛାତ୍ରଛାତ୍ରୀଙ୍କୁ ମସାରି ବଣ୍ଟନ

csstore

ବରଗଡ, (ନିରୋଜ କୁମାର ପାଣୀ) : ମ୍ୟାଲେରିଆ ନିରାକରଣ ପାଇଁ ସରକାରୀ ସ୍ତରରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ବେଳେ ଆମ୍ବଭୋନା ଗ୍ରାମର ବୁଲେଟ ଏବଂ ସ୍ମୃତି ଛାତ୍ରବାସର ଛାତ୍ରଛାତ୍ରୀ ମାନଙ୍କୁ ମ୍ୟାଲେରିଆରୁ ରକ୍ଷା ନିମନ୍ତେ ଆଜି ମ୍ୟାଲେରିଆ ସଚେତନ ସହ ମସାରି ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆମ୍ବଭୋନା ଗ୍ରାମର ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଅଧିକାରୀ ଡ. କମଳ ପ୍ରସାଦ ମଲ୍ଲିକ, ଆମ୍ବଭୋନା ବ୍ଲକ ମ୍ୟାଲେରିଆ ସୁପରଭାଇଜର ସୁଶୀଲ ପ୍ରଧାନ, ସରପଞ୍ଚ ନିତା କୁମାରୀ ଡ଼ନସନା, ଆଶା କର୍ମୀ, ସ୍ୱେଚ୍ଛାସେବୀ ଅଭୟ ପଣ୍ଡା, ଛାତ୍ରବାସର ପରିଚାଳକ ପଦ୍ମନାଭ ପଣ୍ଡା ଏବଂ ପବିତ୍ର ମୋହନ ପ୍ରଧାନ ଯୋଗ ଦେଇଥିଲେ ।

yuvodaya
Leave A Reply

Your email address will not be published.