jayashree

ବିଜୟ ସ୍ମାରକୀ ଜ୍ୟୋତିକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ପ୍ରତିରକ୍ଷା ବାହିନୀର ବିଜୟ ସ୍ମାରକୀ ଜ୍ୟୋତିକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଡିଆରଡିଏ କାର୍ଯ୍ୟାଳୟଠାରେ ଭବ୍ୟ-ସମ୍ବର୍ଦ୍ଧନା ଦିଆଯାଇ ଭାରତୀୟ ଶହୀଦ ବୀର ସୈନିକଙ୍କ ସ୍ମୃତିଚାରଣ ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସୂଚନା ଥାଉକି, ୧୯୭୧ରେ ଘଟିଥିବା ଭାରତ-ପାକ ଯୁଦ୍ଧରେ ଭାରତୀୟ ମିଲଟାରୀ ଶାସନ ପାକିସ୍ଥାନକୁ ଯୁଦ୍ଧରେ ହରାଇ ଭାରତୀୟ ସ୍ଥଳସେନା, ଜଳସେନା, ବାୟୁସେନାର ବୀରତ୍ୱର ପରାକାଷ୍ଠା ସାଜି ଯୁଦ୍ଧ ଭୂମିରେ ପାକିସ୍ଥାନକୁ କଡା ଜବାବ ଦେଇଛି । ଏହି ଯୁଦ୍ଧରେ ଭାରତର ବହୁ ବୀରସୈନିକ ଯୁଦ୍ଧ ଭୂମିରେ ନିହତ ହୋଇଛନ୍ତି । ଯୁଦ୍ଧରେ ଯେହେତୁ ଭାରତ ବିଜୟ ଲାଭ କରିବାର ୫୦ ବର୍ଷ ପୂର୍ତ୍ତି ହୋଇଛି । ଏହି ସ୍ୱର୍ଣ୍ଣିମ ବିଜୟ ସ୍ମାରକୀ ଉତ୍ସବ ଭାରତରେ ବିଭିନ୍ନ କୋଣରେ ପାଳନ କରାଯାଉଛି, ବୋଲି ପ୍ରତିରକ୍ଷା ବିଭାଗ କହେ । ଭାରତର ରାଜଧାନୀ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କର କମଳରେ ପ୍ରଜ୍ୱଳିତ ୪ଟି ମଶାଲ ଭାରତର ବିଭିନ୍ନ କୋଣ ଅନୁକୋଣରେ ଭ୍ରମଣ କରି ପ୍ରତିରକ୍ଷା ବାହିନୀର ବିଜୟ ଗାଥା ପରିବହନ କରି ଆସୁଛି । ତନ୍ମଧ୍ୟରୁ ଗୋଟିଏ ମଶାଲ ଅବା ଏହି ବିଜୟ ସ୍ମାରକୀ ଜ୍ୟୋତି ଓଡିଶାରେ ଅକ୍ଟୋବର ୨୦ ତାରିଖରେ ଗୋପାଳପୁର ସ୍ଥିତ ଗୋଳାବନ୍ଧ ମିଲଟାରୀ ଷ୍ଟେସନରେ ପହଞ୍ଚିଥିଲା । ଏହି ସ୍ୱର୍ଣ୍ଣିମ ବିଜୟ ମଶାଲକୁ ସସମ୍ମାନର ସହ ଗଞ୍ଜାମର ବିଭିନ୍ନ ସ୍ଥାନରେ ବିଜୟ ଉତ୍ସବ ଭାବେ ପାଳନ ହୋଇ ଆସି ଗଞ୍ଜାମ ଜିଲ୍ଲା ପ୍ରଶାସନିକ ଭବନରେ ଏହି ଉତ୍ସବର ଅନ୍ତିମ ସମାରୋହ ପାଳନ କରିଛି । ଗଞ୍ଜାମ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଅଜି ପୂର୍ବାହ୍ନରେ ଆୟୋଜିତ ଭବ୍ୟ ସମାରୋହରେ ବହୁ ବୀରଚକ୍ର ବିଜେତାଙ୍କୁ ପୁରସ୍କାର ସହ ସମ୍ମାନୀତ କରାଯାଇଛି । ପ୍ରତିରକ୍ଷା ଅଧିକାରୀ କେପ୍ଟେନ ପାଳେନ୍ଦ୍ର ସିଂଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସମାରୋହରେ ମେଜର ସାହେବ ତଥା ବରିଷ୍ଟ ପେନ୍‌ସନ୍‌ ଅଧିକାରୀ ଏଚ.ଏସ. ଗୁରୁଙ୍ଗ, ଲେଫ୍ଟନାଣ୍ଟ କର୍ଣ୍ଣେଲ ସୁରେନ୍ଦ୍ର କୁମାର, କର୍ଣ୍ଣେଲ ଆଦିତ୍ୟ ଶର୍ମା, ଭାରପ୍ରାପ୍ତ ଗଞ୍ଜାମ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ପ୍ରମୁଖ ମଞ୍ଚାସୀନ ହୋଇ ଏହି କାର୍ଯ୍ୟକ୍ରମରେ ବହୁ ଅବସରପ୍ରାପ୍ତ ପ୍ରତିରକ୍ଷା ବାହିନୀ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ଦିବ୍ୟ ବିଜୟ ଜ୍ୟୋତିଙ୍କୁ ସମ୍ମାନ ପ୍ରଦର୍ଶନ ସହ ପ୍ରତୀକ ସ୍ଥାପନ, ବ୍ୟାଣ୍ଡ ମିୟୁଜିକ ମାଧ୍ୟମରେ ରାଷ୍ଟ୍ରସଙ୍ଗୀତ ଗାନ ଆଦି ଭାରତୀୟ ବୀର ଯୋଦ୍ଧାଙ୍କୁ ଜୟଗାନର ସମ୍ବୋଧନ ସ୍ୱରୂପ କାର୍ଯ୍ୟକ୍ରମର ଦିଗନ୍ତ ଭାବାବେଗ ସୃଷ୍ଟି କରିଥିଲା ।

Leave A Reply

Your email address will not be published.