ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ଛତ୍ରପୁରରେ ଭାଜପା ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସନ୍ ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ଅପହରଣ ପରେ ହତ୍ୟା କରାଯାଇଥିବା ଘଟଣା, ସମଗ୍ର ନାରୀ ସମାଜକୁ ଲଜ୍ୟା, କଳଙ୍କ ଆଣିଦେଇଛି । ଜଣେ ସ୍କୁଲ ମାଲିକ ଶାସକ ଦଳର ମନ୍ତ୍ରୀ, ଉଚ୍ଚପଦାଧିକାରୀଙ୍କୁ ହାତ କରି ତାଙ୍କ ସମ୍ପର୍କରେ ଆସିଥିବା ଲୋକ ଗୋବିନ୍ଦ ସାହୁ ଏତେ ବଡ଼ ଜଘନ୍ୟ ହତ୍ୟାକାଣ୍ଡ ଘଟାଇପାରିଲା । ଏହା ଗଣତନ୍ତ୍ରକୁ ବିରାଟ ବଡ଼ ନିନ୍ଦନୀୟ ଅଟେ । ତୁରନ୍ତ ନ୍ୟାୟ ଦେବା ସହ ପ୍ରକୃତ ଦୋଷୀ, ସହଯୋଗୀଙ୍କୁ ଉଚିତ ଦଣ୍ଡ ଦେବା ଉଦ୍ଦେଶ୍ୟରେ ଭାରତୀୟ ଜନତା ପାର୍ଟି ଛତ୍ରପୁର ନିର୍ବାଚନ ମଣ୍ଡଳୀ ତରଫରୁ ସୋମବାର ସନ୍ଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଏକ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରିଥିଲା । ଛତ୍ରପୁର ଚଣ୍ଡୀଛକ ରାମାୟାଣା ମା’ ମନ୍ଦିରଠାରୁ ବାହାରି ଲୋୟର ବସଷ୍ଟାଣ୍ଡ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲେ ଏବଂ ସ୍ୱର୍ଗତ ଆତ୍ମାଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଘଟଣାର ନିରପେକ୍ଷ ତଦନ୍ତ, ସିବିଆଇ ହାତକୁ ନେବା ଓ ଏଥିରେ ସଂପୃକ୍ତ ଥିବା ମନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଛତ୍ରପୁର ବିଜେପି ଦଳ ଦାବୀ କରିଛନ୍ତି । ଏହି କ୍ୟାଣ୍ଡେଲ ଶୋଭାଯାତ୍ରାରେ ଛତ୍ରପୁର ମଣ୍ଡଳ ସଭାପତି ସଞ୍ଜିତ ରାଉଳ, ଲିଗାଲ ସେଲ୍ ଆବାହକତଥା ଛତ୍ରପୁର ବାର ଆସୋସିଏସନ୍‌ର ସଭାପତି ଆଡ଼ଭୋକେଟ ପ୍ରଦୀପ କୁମାର ପାଢୀ, ଏସସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ କୀର୍ତ୍ତନ ଦାସ, ଜିଲ୍ଲା ସମ୍ପାଦକ ଭୀମସେନ ବେହେରା, କୃଷକ ମୋର୍ଚ୍ଚାର ଜିଲ୍ଲା-ଉପସଭାପତି ଗଣପତି ବାରିକ, କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମୁଦୁଲୀ, ଭିକାରିପଲ୍ଲୀ ମଣ୍ଡଳ ସଭାପତି ପଦ୍ମ ପରିଡା, ବିଜେପି ଜିଲ୍ଲା ଉପସଭାନେତ୍ରୀ ରଶ୍ମିରାଣୀ ମହାପାତ୍ର, ଗଞ୍ଜାମ ଏନ୍‌ଏସି ମଣ୍ଡଳ ସଭାପତି ସୁଦାମ ଜେନା, ଯୁବ ମୋର୍ଚ୍ଚାର ଜିଲ୍ଲା ସମ୍ପାଦକ ଡି.ସୁରେଶ ରେଡ୍ଡୀ, ହରିଜନ ମୋର୍ଚ୍ଚାର ଜିଲ୍ଲା ସମ୍ପାଦକ ସୁରେନ୍ଦ୍ର ସେଠୀ, ହରିଜନ ମୋର୍ଚ୍ଚାର ପୂର୍ବତନ ଜିଲ୍ଲା-ସଭାପତି ଆଡ୍‌ଭୋକେଟ ଚୈତନ୍ୟ ପ୍ରଧାନ, ଶଙ୍କର ରାଓ, ପି.ତିରୁପତି ରାଓ, ରଘୁନାଥ ରେଡ୍ଡୀ, ଏନ୍. ଦୀନବନ୍ଧୁ, ବିଜୟ ପରିଡାଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.