csstore

କମରଲଗା ସ୍କୁଲରେ ପ୍ରବେଶ ଉତ୍ସବ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କମରଲଗା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଜି ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଫୁଲ ଚନ୍ଦନ ଦେଇ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ତେବେ ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଳକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଯୋଗଦେଇ ଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ଷଡ଼ଙ୍ଗୀ, ସିଆର ସିସି ସରୋଜ ବେହେରା, କେନ୍ଦ୍ର ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମଧୁସୂଦନ ନାୟକ, ସିଆରସିସି ଉଦୟ ଶଙ୍କର ବାଗ, ସିଆରସିସି ଜୟ କୃଷ୍ଣ ନାଗ, ପର୍ଶୁରାମ ମୁଣ୍ଡା, ନିରଂଜନ ମାଝୀ ମଂଚରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ହରେକୃଷ୍ଣ ନାଗ ପରିଚୟ ପ୍ରଦାନ କରିଥିବା ବେଳେ ସରୋଜ ବେହେରା ସ୍ୱାଗତ ଭାଷଣ ଦେଇଥିଲେ । ନିରଂଜନ ମାଝୀଙ୍କ ସଂଯୋଜନାରେ ଏହି ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସ୍କୁଲ ଶିକ୍ଷୟିତ୍ରୀ ପ୍ରମିଳା ବିହାରୀ, ବନ ବାସିନୀ କୁଅଁର, ପୁଷ୍ପାଞ୍ଜଳି ପୁଟେଲ, କୁନୁବୁଇ ନାଗ, ଶିକ୍ଷକ ରଞ୍ଜିତ ଦାସ, ଦୁର୍ଗାପ୍ରସାଦ ମାଝୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.