csstore

ବିଭିନ୍ନ ଦାବୀରେ ଗାଁ ସାଥୀଙ୍କ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଗାଁ ସାଥୀମାନେ ଆଜି ସ୍ଥାନୀୟ ଶିବମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରାରେ ସଭାପତି ଭୁଜେଶ୍ୱର ସାହୁ, ସଂପାଦକ ବଳରାମ ସାହୁଙ୍କ ନେତୃତ୍ୱରେ ବାହାରି ସହର ପରିକ୍ରମା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୨୩ଦଫା ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଦାବୀପତ୍ର ମ.ରାମପୁର ବିଡ଼ିଓ ଉତ୍ତମ କୁମାର ବାଗଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରୁଦ୍ରମଣି ସାହୁ, ଲକ୍ଷ୍ମଣ କୁଦେଇ, ଯୁବରାଜ ସାହୁ, ନୀଳକଣ୍ଠ ଚନ୍ଦନ, ଜ୍ୟୋତିର୍ମୟୀ ତାଣ୍ଡି, ଡ଼ିଙ୍ଗର ସାହୁ, ବିନାତା ଧରୁଆ, ସସ୍ମିତା ପୁଝାରୀ, ଦେବରାଜ ପାତ୍ର, ପବିତ୍ର ମହାଖୁଡ଼, ବିନୋଦିନୀ ନାଏକ, ମଞ୍ଜୁ ସୁନା, ମମତା ରଣା, ଜେମାମଣି ଧରୁଆ, ତୁଲସା ସାହୁ, ରଞ୍ଜିତା ଗଡ଼ତ୍ୟା ପ୍ରମୁଖ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.