oom

ବୀଣାପାଣି ଶିକ୍ଷା ସୌଧଠାରେ ପ୍ରାଥମିକ ଚିକିତ୍ସା କର୍ମଶାଳା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଗଇଁନ୍ତଲା ସ୍ଥିତ ବୀଣାପାଣି ଶିକ୍ଷା ସୌଧଠାରେ ପ୍ରାଥମିକ ଚିକିତ୍ସା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଅଶୋକ କୁମାର ମେହେରଙ୍କ ତତ୍ତ୍ୱାବଧାନ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଫଟକରା ହାଇସ୍କୁଲର ପ୍ରଧାନ ଶିକ୍ଷକ ରୁଦ୍ରମଣି କର୍ମୀ, ସାମ୍ବାଦିକ ଆକୁଳ ବେହେରା, ପରିବେଶ ପ୍ରେମୀ ନିଳମଣୀ ବିଶ୍ୱାଳ ଯୋଗଦେଇ ଥିଲେ । ପ୍ରାଥମିକ ଚିକିତ୍ସା ଅଧ୍ୟାପକ ରବିଚନ୍ଦ୍ର ପଶାୟତ, ଫାଷ୍ଟଏଡ୍‌ ରାମ ନାରାୟଣ ଦାଶ ଓ ମାଝିପଡା ପ୍ରଥମିକ ବିଦ୍ୟାଳୟର ଜୁନିୟର ରେଡକ୍ରସ କାଉନସିଲର ବିରଞ୍ଚି ନାରାୟଣ ଦାଶ ପ୍ରମୁଖ ବିଦ୍ୟାଳୟ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସାର ଉପଚାର, ମୁର୍ଚ୍ଛା, ସକ୍‌, ରିକୋଭରି ପଜିସନ, ପୋଡା ଘା, ରକ୍ତସ୍ରାବ ତଥା ବ୍ୟାଣ୍ଡିଜ୍‌ ବିଷୟରେ ତାଲିମ ପ୍ରଦାନ କରିଥିଲେ । କର୍ମଶାଳାରେ ଫଟକରା ହାଇସ୍କୁଲର ଦଗଦିଶ କର୍ମୀ, ଜଗମୋହନ କର୍ମୀ, ଦଶରଥ ବାରିକ, ବୀଣାପାଲି ଶିକ୍ଷାସୌଧର ମିତ୍ରଭାନୁ ସାହୁ, ନିଶିକାନ୍ତ ହାତି, ତରଣୀ ସାହୁ, ଅନୁସୟା ମନହିରା, ଭଗବାନ ସାହୁ ଉପସ୍ଥିତ ଥିଲେ । ଶେଷରେ ସୌମ୍ୟରଂଜନ ଦ୍ୱାରି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.