ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ପୁଲିସ ଦ୍ୱାରା ୧୫ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ଶ୍ରମିକ ମାନେ ହେଲେ ଲୋଇସିଂହା ଥାନ ଅଞ୍ଚଳର । ଏହି ଶ୍ରମିକ ମାନଙ୍କୁ ବେଲପଡା ବେହେରମୁଣ୍ଡା ଗାଁର ଦାଦନ ଦଲାଲ ଧର୍ମେନ୍ଦ୍ର ରାଉତ ବାହାର ରାଜ୍ୟକୁ ଚାଲାଣ କରିବାକୁ ସ୍ଥାନୀୟ ଦରମୁଣ୍ଡା ଜଙ୍ଗଲରେ ରଖିଥିବା ବେଳେ ପୁଲିସ ଚଢ଼ାଉ କରି ଉଦ୍ଧାର କରିଥିଲା । ଏହାସହ ଦାଦନ ଦଲାଲ ଧର୍ମେନ୍ଦ୍ର ଓ ଡ୍ରାଇଭର ଅଶୋକ କୁମାର ସାହୁଙ୍କୁ ଗିରଫ କରିଛି ପୁଲିସ । ଶ୍ରମିକ ମାନଙ୍କ ଭିତରେ ୬ ଜଣ ମହିଳା ଥିବା ବେଳେ୨ଟି ଛୋଟ ଶିଶୁ ଅଛନ୍ତି । ତେବେ ଏହି ଶ୍ରମିକ ମାନଙ୍କୁ ୨୩ତାରିଖ ଦିନ କଣ୍ଟାବାଞ୍ଜି ଟ୍ରେନ ଯୋଗେ ବାହାର ରାଜ୍ୟ ହାଇଦ୍ରାବାଦକୁ ଚାଲାଣ କରିବାର ଥିଲା, କିନ୍ତୁ ଟ୍ରେନ ଫେଲ ହେବାରୁ ଶ୍ରମିକ ଚାଲାଣ କରି ନ ପାରି ଶେଷରେ ଦରମୁଣ୍ଡା ଜଙ୍ଗଲକୁ ଆଣି ଲୁଚାଇଥିବା ବେଳେ ପୁଲିସ ଚଢ଼ାଉ କରି ଉଦ୍ଧାର କରିଥିବା ଜଣାପଡିଛି ।