csstore

ରତ୍ନାକର ଭାରିମଲ୍ଲଙ୍କ ବିୟୋଗ ସଚେତନ ନାଗରିକ ମଞ୍ଚ ପାଇଁ ଅପୂରଣୀୟ କ୍ଷତି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ, ସମାଜସେବୀ, ଶିକ୍ଷାବିତ୍, ରାଜନେତା, ସଂଗଠକ ତଥା ସର୍ବୋପରି ଜଣେ ହୃଦୟବାନ ମଣିଷ ରତ୍ନାକର ଭାରିମଲ୍ଲଙ୍କ ବିୟୋଗ ସଚେତନ ନାଗରିକ ମଞ୍ଚ ପାଇଁ ଅପୂରଣୀୟ କ୍ଷତି । ସ୍ୱର୍ଗତ ଭାରିମଲ୍ଲ ସଚେତନ ନାଗରିକ ମଞ୍ଚର ପ୍ରତିଷ୍ଠାତା ସଦସ୍ୟ ତଥା ଉପସଭାପତି ଭାବେ ତାଙ୍କର ଯୋଗଦାନ ଅତୁଳନୀୟ ଥିଲା । ତାଙ୍କ ବିୟୋଗରେ ମଂଚ ମଧ୍ୟ ଜଣେ ଦୃଢ ସଂଗଠକ ତଥା ସମାଜସେବୀ ହରାଇଲା । ସଂପ୍ରତି କରୋନା ମହାମାରୀ ସମୟରେ ମଂଚ ନିକଟ ଅତୀତରେ ତାର ଅନେକ ପ୍ରତିଭାବାନ୍ ପ୍ରତିଷ୍ଠାତା ସଦସ୍ୟ,ସଭ୍ୟଙ୍କୁ ହରାଇ ସାରିଛି । ସେଥିରେ ସ୍ୱର୍ଗତ ଭାରିମଲ୍ଲଙ୍କ ନାଁ ଯୋଡି ହୋଇଗଲା । ୨୦୧୪ରୁ ସେ ମଂଚ ସହ ଜଡିତ ରହି ନିଜର କର୍ତ୍ତବ୍ୟବୋଧର ପରିଚୟ ଦେଇଥିଲେ । ଦୁଇ ଦୁଇ ଥର କାଉନସିଲର ଭାବେ ବିଜୟୀ ହେବା, ତତ୍କାଳୀନ ପୂର୍ବତନ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ଗୁରୁପଦ ନନ୍ଦଙ୍କୁ ହରାଇ ସେ ବେଶ ଚର୍ଚ୍ଚାରେ ଥିଲେ । ଏହାପରେ ସେ ଉପନଗରପାଳ ହୋଇ ଜନସାଧାରଣଙ୍କୁ ସେବା ଯୋଗାଇଥିଲେ । ସେ ସଚେତନ ନାଗରିକ ମଞ୍ଚ ବ୍ୟତିତ ଅନେକ ଗୁଡିଏ ସାମାଜିକ, ସାଂସ୍କୃତିକ ଓ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥଲେ । ତାଙ୍କର ବନ୍ଧୁବତ୍ସଳତା ଓ ମିଷ୍ଟଭାଷୀ ସ୍ୱଭାବ ଯୋଗୁଁ ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ତାଙ୍କ ବିୟୋଗ ଆମ ସମସ୍ତ ରାଉରକେଲାବାସୀଙ୍କ ପାଇଁ ଅପୂରଣୀୟ କ୍ଷତି, ଏହି ଦୁର୍ଦ୍ଦିନ ସମୟରେ ତାଙ୍କ ପରିବାର ବର୍ଗଙ୍କୁ ଜଗତର ନାଥ ଜଗନ୍ନାଥ ସହାୟ ହେବା ସହ ତାଙ୍କ ଆତ୍ମାର ସଦଗତି ହେଉ ଏହାହିଁ ପ୍ରାର୍ଥନା କରୁଛୁ ବୋଲି ମଂଚର ସଭାପତି ଡାକ୍ତର ଫକୀର ଚରଣ ହୋତା, ସାଧାରଣ ସଂପାଦକ ପି.ପି.ରାୟ, ଜଗବନ୍ଧୁ ଜେନା, ଚିତ୍ତରଂଜନ ଦାସ, ଅଭୟ ଦାସ, ଜଟାଧାରି ମାଝୀ, ଶାନ୍ତନୁ କୁମାର ମୁଦୁଲି, କୁଞ୍ଜବିହାରୀ ରାଉତ, ଉପେନ୍ଦ୍ର ନାୟକ, ହରିହର ବେହେରା, ରଂଜନ ଲେଙ୍କା, ଚକ୍ରାନ୍ତ ଜେନା, ରମେଶ ମହାନ୍ତି, ସୁବ୍ରତ ମଲ୍ଲିକ, ରଘୁ ବଳ, ମୀନତି ଦେବତା, ମୀନତି ବିଶ୍ବାଳ, ଶ୍ରଦ୍ଧା ଷଡଙ୍ଗୀ, ଡ. ପୀତବାସ ମିଶ୍ର, ଡାକ୍ତର ରଂଜନ ପାତ୍ର, ଡାକ୍ତର ଗୋପବନ୍ଧୁ ବଳ, ଡ. କିଶୋରୀ ଦାଶ, ଶମ୍ବୁନାଥ ପରିଡା, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ବିଜୟ କୁମାର ବରାଳ, ଦୀନବନ୍ଧୁ ଭୋଳ, ଭରତଚନ୍ଦ୍ର ପରିଡା, ଡ. ପ୍ରଭାତ କୁମାର ମଲ୍ଲିକ, ଅକ୍ଷୟ ଜେନା, ଅକ୍ଷୟ ଦାସ, ରାଜକିଶୋର ମିଶ୍ର, ହୃଷିକେଶ ପ୍ରଧାନ, କାମେଶ୍ୱର ତିୱାରୀ, ରମେଶ ସେଠୀ, ନିରଞ୍ଜନ ଦାସ, କୈଳାଶ ସାବତ, ଅରୁଣ କୁଶଳ, ରାଜୀବ ଧଳ, ଶୈଳେନ୍ଦ୍ର ମହାନ୍ତି, ପ୍ରଭାତ ମହାପାତ୍ର ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.