ମନାଇପାଦରେ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ମନାଇପାଦ ହାଇସ୍କୁଲ ପଡିଆଠାରେ ଜିଲ୍ଲା ଆଦୀବାସୀ କଲ୍ୟାଣ ସଂଘ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘର ବ୍ଳକ ସଭାପତି ଅଷ୍ଟରତ୍ନ ବରିହାଙ୍କ ଅଧକ୍ଷତାରେ ଅନୁଷ୍ଠିତ ନୂଆଁଖାଇ ଭେଟ୍‌ଘାଟ୍‌ ମହାସଭାରେ ମୁଖ୍ୟ ଅତିଥି ଭାବରେ ସଂଘର ମହାସଚିବ ନିରଞ୍ଜନ ବିଶି ଯୋଗଦାନ ଦେଇଛନ୍ତି । ଶ୍ରୀ ବିଶି ତାଙ୍କର ବକ୍ତବ୍ୟରେ, ଗରିବ ଆଦିବାସୀ ଛାତ୍ରଛାତ୍ରୀମାନେ ଅର୍ଥ ଅଭାବରୁ ସ୍ମାର୍ଟ ଫୋନ କିଣି ପାରୁ ନଥିବାରୁ ଅନ୍‌ଲାଇନ ଶିକ୍ଷାରୁ ବଞ୍ଚିତ ରହୁଛନ୍ତି । ଏଥିପାଇଁ ସରକାର ଧ୍ୟାନ ଦେଇ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍ମାର୍ଟଫୋନ ସହ ନ୍ୟାଟ୍ ପେକ୍ ଦିଅନ୍ତୁ ବୋଲି ଦାବୀ କରିଥିଲେ । ଏହାସହ ଆଦିବାସୀଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୁଦ୍ଧରେ ସ୍ବର ଉତ୍ତୋଳନ, ସମାଜର କଲ୍ୟାଣ ଉଦ୍ଦେଶ୍ୟରେ କାମ କରିବା, ସସ୍କୃତି, ପ୍ରଥା ପରମ୍ପରା, ରୀତିନୀତି ପରମ୍ପରାର ପୂଜା ପଦ୍ଧତିକୁ ବଞ୍ଚାଇବା ସହ ନକଲୀ ଆଦିବାସୀଙ୍କୁ ଗିରଫ କରାଯିବା ପାଇଁ ଦାବୀ କରିଥିଲେ । ଏହା ସହ ଗରିବ, ଅସହାୟ, ଖଟିଖିଆ ମୁଲିଆ ଓ ଗ୍ରାମଞ୍ଚଳରୁ ସହରାଞ୍ଚଳର ସମସ୍ୟା ବିଷୟରେ ଉପସ୍ଥାପନା କରି ସାମାଜର କଲ୍ୟାଣ ଉଦ୍ଦେଶ୍ୟରେ ସାମ୍ବାଦିକମାନେ ପତ୍ରପତ୍ରିକା ମାଧ୍ୟମରେ ଲୋକଲୋଚନକୁ ଆଣି ସରକାରଙ୍କ ସମ୍ମୁଖରେ ସମସ୍ୟା ଉପସ୍ଥାପନ କରୁଛନ୍ତି । ଯାହା ଫଳରେ ଅନେକ ସମସ୍ୟା ମଧ୍ୟ ସମାଧାନ ହୋଇପାରୁଥିବା ସହ ଦୁର୍ନୀତିର ମୂଳପୁଛ ହୋଇପାରୁଛି ଓ ମୁଖ୍ୟ ଅବଦାନ ରହିଛି ବୋଲି ମତପ୍ରକାଶ ପାଉଛି । ଯୁବ ସାମ୍ବାଦିକ ସଂଘର ସଭାପତି କରୁଣାକର ବୁଡେକ ଓ ସମ୍ପାଦକ ବିମଳ କୁମାର ବାଗ, କୋଷାଧ୍ୟକ୍ଷ ଘନ ଭୋଇ, ଜଗଦୀଶ ଭୋଇ, ଲଲିତ ମଲିକ, ପ୍ରତ୍ୟୁଷ ରଞ୍ଜନ ଖମାରୀ, ଦୁର୍ଯ୍ୟୋଧନ ବର୍ଗେ, ସନ୍ୟାସୀ ନାଏକ ସହ ଉପସ୍ଥିତ ଥିବା ଯୁବ ସାମ୍ବାଦିକଙ୍କୁ ପୁଷ୍ପମାଲ୍ୟ ଦେଇ ଜିଲ୍ଲା ଆଦୀବାସୀ କଲ୍ୟାଣ ସଂଘ ତରଫରୁ ସମ୍ମାନ୍ନିତ କରିଥିଲେ ଶ୍ରୀ ବିଶି । ସମ୍ମାନିତ ଅତିଥି ଭାବରେ ଟିଟିଲାଗଡ଼ ବ୍ଲକ ସଭାପତି ପଦ୍ମନ ପଧାନୀ, ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ଅବକାରୀ ଅଧିକାରୀ ପୁରୁଷୋତ୍ତମ ଧରୁଆ, ଜିଲ୍ଲା ସମ୍ପାଦକ ହେମେନ୍ଦ୍ର ହାଁସଦା, ସାରଥୀ ବାଗ, ରାଜକିଶୋର ଛତ୍ରୀଆ, ଟଂକଧର ଭୋଇ, ଜଗନ୍ନାଥ ମାଝୀ, ଲେକ୍ରୁ ଧରୁଆ, ପାଣ୍ଡବ ଭୁଏ, ଗୋପାଳ ଭୁଏ ପ୍ରମୁଖ ଉଦବୋଧନ ଦେଇଥିଲେ । ସଂଘର ଯୁଗ୍ମ ସମ୍ପାଦକ ଗିରିଧାରି ଭୋଇ ସଭା ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଘନ ଭୁଏ, ଲଳିତ ମଲ୍ଲିକ, ଶୁସାନ୍ତ ମିର୍ଧା, ହୃଷିକେଶ ଭୋଇ, ମନବୋଧ ବରିହା, ଧୁବଲେଶ୍ୱର ଭୋଇ, ନିତ୍ୟା ଶବର, ଜଳଧର ଧରୁଆ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.