pakka

କର୍ମଚାରୀଙ୍କ ଭୁଲ୍‌ ଯୋଗୁଁ ମରାମତିର ଦିନକ ପରେ ପୁଣି ଖରାପ ହେଲା ଜାତୀୟ ରାଜପଥ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥର ଦେଓଗାଁ-ବଙ୍ଗଳା ମଧ୍ୟରେ ଥିବା ସୋନଗଡ ନଦୀର ବ୍ରିଜ ଉପର ରାସ୍ତାରେ ବହୁ ଗର୍ତ୍ତମାନ ଥିବାରୁ ସେଠାରେ ମରାମତି କାମ ଦୀର୍ଘ ଦିନ ହେଲାଣି ଆରମ୍ଭ ହୋଇଛି । ରାସ୍ତା ଉପରେ ଥିବା ସମସ୍ତ ଗର୍ତ୍ତକୁ ପ୍ରେସର୍ ମେସିନ ଦ୍ୱାରା ଖୋଲି ସେଠାରେ ନୂତନ ଭାବେ କଂକ୍ରିଟ କରାଯାଇଥିଲା । ହେଲେ ମରାମତି କରାଯାଇଥିବା ସ୍ଥାନରେ କୌଣସି ଘୋଡଣି ଦେଇ ନଥିବାରୁ ରାସ୍ତା ମାରମତିର କିଛି କ୍ଷଣ ମଧ୍ୟରେ ସେହି ରାସ୍ତାରେ ଯାନବାହାନ ଚଳାଚଳ ହୋଇଥିବାରୁ ରାସ୍ତାର ଅବସ୍ଥା ପୂର୍ବବସ୍ଥାକୁ ଫେରି ଆସିଥିଲା । ଗତ ଗୁରୁବାର ସଂଧ୍ୟାରେ କରାଯାଇଥିବା ମରାମତି କାମରେ ମରାମତିର ସବୁ ସ୍ଥାନରେ ପୁଣି ଖାଲ ଖମା ହୋଇଯାଇଛି । ହେଲେ ଏହା ପରେ ସେଠାରେ ଆଉ ମରାମତି ନ କରି ଛାଡ଼ି ଦେଇ ଚାଲି ଯାଇଥିବା ଦେଖିବାକୁ ମିଳିଛି । ଏବେ ରାସ୍ତାରେ ପୁଣି ଖାଲ ଖାମ ସୃଷ୍ଟି ହୋଇଛି । ଫଳରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଜାତୀୟ ରାଜପଥରେ ଏଭଳି ମାନମାନି କାମ କିଭଳି ହେଲା, ରାସ୍ତା ମରାମତି କରିବା ପରେ କର୍ମଚାରୀଙ୍କ ଭୁଲ ଯୋଗୁଁ ପୁଣି ଖରାପ ହୋଇଥିବା ରାସ୍ତାକୁ ମରାମତି ନ କରି ଚାଲି ଯିବାର କାରଣ କଣ ବୋଲି ଅଞ୍ଚଳରେ ଆଲୋଚନା ଆରମ୍ଭ ହେଉଛି । ସୋନଗଡ ପୋଲ ଉପରେ ଏହି ରାସ୍ତା ଥିବାରୁ ତାକୁ ଯଥା ଶୀଘ୍ର ମରାମତି କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.

sixteen − three =