pakka

ନିଟ ପିଜିରେ ସର୍ବଭାରତୀୟ ସ୍ତରରେ ୧୨୯୧ ରାଙ୍କରେ ସଫଳତା

bbehera

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ପଲସାଗୋରା ଶିକ୍ଷକ ନୀଳମଣି ପଣ୍ଡା ଓ ଶିକ୍ଷୟତ୍ରୀ ଜାହ୍ନବୀ ମିଶ୍ରଙ୍କ କନିଷ୍ଠ ପୁତ୍ର ଡ଼ା. ଶିଶିର କୁମାର ପଣ୍ଡା ସର୍ବଭାରତୀୟ ନିଟ ପରୀକ୍ଷାରେ ବିନା କୋଚିଙ୍ଗରେ ଭାରତୀୟ ରାଙ୍କ ୧୨୯୧ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଡା. ଶିଶିର ୨୦୧୪ ମସିହାରେ +୨ ଉତ୍ତୀର୍ଣ୍ଣ ହେବା ପରେ ସେହି ବର୍ଷ ମଧ୍ୟ ବିନା କୋଚିଂରେ ଏମ୍‌ବିବିଏସ୍‌ ପାଇଥିଲେ ଓ ଭୀମସାରରେ ଡିଗ୍ରୀ ହାସଲ କରିଥିଲେ । ଏବେ ସେ ଜଣେ ଭଲ ଭେଷଜ ବିଶେଷଜ୍ଞ ହେବା ସହ ନିଜ ଅଞ୍ଚଳର ସେବା କରିବାକୁ ଲକ୍ଷ୍ୟ ଥିବା କହିଛନ୍ତି । ସେ ଜଣେ ଭଲ ଡାକ୍ତର ହେବା ସଙ୍ଗେ ସଙ୍ଗେ ଜଣେ ଭଲ ମଞ୍ଚ କଳାକାର ମଧ୍ୟ । ଜଣେ ମଧ୍ୟବିତ୍ତ ପରିବାରରୁ ଆସିଥିବା ଏହି ଡାକ୍ତର ମେଡିକାଲ ପାଇବାକୁ କୋଚିଂକୁ ଗୁରୁତ୍ଵ ନ ଦେଇ ନିଜ ଅଧ୍ୟବସାୟକୁ ବେଶୀ ଗୁରୁତ୍ଵ ଦେବା ଉଚିତ୍ ବୋଲି କହିଛନ୍ତି ।

Leave A Reply

Your email address will not be published.

5 × three =